ଡାକଘର ରେ ସବୁବେଳେ ତାଲା ପଡ଼ିଥିବା ନେଇ ଜନ ଅସନ୍ତୋଷ

0
177

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଲ,(୨୦/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଗ୍ରାମର ଡାକଘର ରେ ସବୁବେଳେ ତାଲା ପଡ଼ିଥିବା ନେଇ ଅଭିଯୋଗ ହୋଇଛି |

ଗବଜୋର ଡାକଘର ଅଧୀନରେ ଥିବା ପଥର୍ଲା, ତୁଲସୀକଟା, କିର୍ର୍ଲା, ଡାହିମାଲ, ଫଗୁଣାମାଲ ଆଦି ଗାଁ ଗୁଡିକର ଲୋକେ ଏହି ଡାକଘର ଉପରେ ସବୁବେଳେ ନିର୍ଭର କରିଥାନ୍ତି | କିନ୍ତୁ ଡାକଘର ରେ ସବୁବେଳେ ତାଲା ପଡ଼ିଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି | ଏହି ଡାକଘରରେ କାମ କରୁଥିବା କର୍ମଚାରୀ ମଧ୍ୟ ମାସକୁ ଥରେ ଦୁଇ ଥର ଆସନ୍ତି | ସରକାର ଲୋକଙ୍କ ଅତ୍ୟାବଶ୍ୟକ ଜିନିଷ ଠିକ ଭାବରେ ପାଇବା ପାଇଁ ପାଇଁ ଡାକ ସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି |

କିନ୍ତୁ ତାହା ଗବଜୋର ଭଳିଆ ଏକ ଜନଗହଳି ପୂର୍ଣ୍ଣ ଯାଗାରେ ବନ୍ଦ ରହିବା ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଞ୍ଚଳବାସୀ | ଏନେଇ ଆମେ ପଲସାଗୋରା ଥିବା ଉପ ଡାକ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରି ନ ଥିଲା |