ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ : ଜି.ଆର.ଏସ. ଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା

0
173

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,ତା-(୨୦/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ କନ୍ଧ ଖାତିପାଡୁ ଗ୍ରାମ ପଞ୍ଚାୟତ ର ମାଣ୍ଡିଆ ଭଟ୍ଟା ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି ।

କନ୍ଧ ଖାତିପାଡୁ ପଞ୍ଚାୟତର ଜି.ଆର.ଏସ. ନିଜେ ପ୍ରଧାନମନ୍ତ୍ରୀ ଆବାସ ଗୃହ କୁ ନିର୍ମାଣ କରିଦେବି ବୋଲି କହିବାରୁ ମାଣ୍ଡିଆ ଭଟ୍ଟା ଗାଁର ହାରିଚନ୍ଦ୍ର ଜାକାକା ଓ ଗଦା ଜାକାକା ଜି.ଆର.ଏସ. ମନୋଜ କୁ ଆବାସ ଗୃହ ନିର୍ମାଣ ପାଇଁ ହସ୍ତାନ୍ତର କରିଥିଲେ । ଜି.ଆର.ଏସ. ଜଣକ ଫାଉଣ୍ଡେସନ ଠାରୁ ସାଜା କେବୁଲ ପର୍ଯ୍ୟନ୍ତ ତିନୋଟି ବଖରା କରିଥିବା ବେଳେ ଛାତ ଲେବୁଲ ବେଳକୁ ନିମ୍ନ ମାନର କାମ କରୁଥିବା ଦେଖିବାକୁ ମିଳିଛି ।

ଛାତ ପକେଇବା କିଛିଦିନ ପରେ ସେଣ୍ଟରିଂ କାଢ଼ିବାରୁ ପୋଲଷ ପକେଇଥିବା ମାଟି ଛାତରେ ଲାଗିରହିଥିବା ଦେଖିବା କୁ ମିଳିଛି । ଛାତ ପକେଇଲା ବେଳକୁ ଦୁଇ ବକରା ରେ ପକେଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ନାମ କୁ ଆବାସ ଗୃହ ମିଳିଛି ଆମର ଛୋଟ ଛୋଟ ପିଲା ମାନେ ଥିବା ହେତୁ ଆମେ ଘରେ ଭିତରେ ରହୁନୁ ଭାଗ୍ୟ ବସତ କେତେବେଳେ ରାତି ଶୋଇଥିବା ବେଳେ ଛାତର ପୋଲଷ ଖସିଯିବ ବୋଲି ଆମେ ଘର ର ପଛ ପଟେ କୁଡ଼ିଆ କରି ରହୁଛୁ |

ଆମ୍ଭର ଆଧାର କାର୍ଡ ବ୍ୟାଙ୍କ ପାସ ବହି ମଧ୍ୟ ଜି.ଆର.ଏସ. ମନୋଜ ପାଖରେ ଅଛି ବୋଲି ଗଦା ଜାକାକା ଓ ହରିଚନ୍ଦ୍ର କହିଥିବା ବେଳେ ଗାଁ ର ସୋମନାଥ ହିକକା,କିଷ୍ଟାମା ଜାକାକା ଓ ନୁକା ପ୍ରସ୍କା ମଧ୍ୟ ଜି ଆର ଏସ କୁ କରିବା କାମ କୁ ଅଭିଯୋଗ କରିଛନ୍ତି । ଏହି ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏହାର ତଦନ୍ତ କରିବି ଘଟଣା କଣ ହୋଇଛି । ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।