ଓଡ଼ିଶାରେ ଦାଦନ ଶ୍ରମିକ ସମସ୍ୟା ନେଇ ସରକାର ନୀରବ-ଉଗ୍ର ରୂପ କରାଯିବ ଆନ୍ଦୋଳନ

0
208

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୧୬-୦୭): ବଲାଙ୍ଗୀର ଯାଦବ ଭବନ ଠାରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ପଞ୍ଚମ ତମ ସ୍ଥାପନା ଦିବସ ପାଳନ ସହିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ରବିବାର ଅପରାହ୍ନ ୩ଟା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପଶ୍ଚିମ ଓଡିଶାର ତଥା ବିଶେଷ କରି କେ,ବି,କେ ଅଞ୍ଚଳରେ ସରକାର କର୍ମସଂସ୍ଥାନ ଯୋଗାଇବା, ଉନ୍ନତି କରଣ ଉପରେ ସରକାର ଦୃଷ୍ଟି ନ ଦେଇ ଅବହେଳିତ କରି ରଖିଚନ୍ତି ବୋଲି ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ସୂଚନା ଦେଇଥିଲେ ।

କେବଳ କୋଟି,କୋଟି ଟଙ୍କା ର ନାମକୁ ମାତ୍ର ଉଦଘାଟନ କରି ମିଥ୍ୟା ବାଃହା ବା ନେଇ ସରକାରୀ ଅର୍ଥ ନଷ୍ଟ କରୁଥିବା ବେଳେ ସହସ୍ରାଧିକ ପ୍ରକଳ୍ପ ,କଳ କାରଖାନା,ବନ୍ଦ ହୋଇଯାଇଥିବା ବେଳେ ପୁନଃ କାର୍ଯ୍ୟକ୍ଷମ ନ କରିବା ଦ୍ୱାରା ଦାଦନ ସମସ୍ୟା ଦାରିଦ୍ର୍ୟତା ବୃଦ୍ଧି ପାଇ ଚାଲିଛି ଯଦ୍ୱାରା ଭବିଷ୍ୟତ ରେ ସ୍ଥିତି ଗମ୍ଭୀର ହୋଇଯିବ ।

ଦାଦନ ଶ୍ରମିକ ସମସ୍ୟା: ଭିଆଇପି କୋଷାଧ୍ୟକ୍ଷ ଅନନ୍ତ ସିଂ ବନ୍ଦକି, ରାଜ୍ୟ ସଚିବ, ବିଜୟାରାଜ ମିଶ୍ର, ରାଜ୍ୟ ସଚିବ କୁମାରୀ ଭୋଇ, ରାଜ୍ୟ ଅତିରିକ୍ତ ସଚିବ ତିଫାନ ନନ୍ଦ ଏବଂ ବିଶ୍ୱାମିତ୍ର କୁଶୁଲିଆ ରାଜ୍ୟ ସଚିବ ରାତୁ କାଲସାଏଙ୍କ ସହ ଶତାଧିକ ଭିଲେଜର୍ସ ଇଣ୍ଡିଆ ପାର୍ଟି କାର୍ଯ୍ୟକର୍ତା ଜିଲ୍ଲା ଏବଂ ବ୍ଲକ ଅଧ୍ୟକ୍ଷ ବିଭିନ୍ନ ପ୍ରକୋଷ୍ଠ ଅଧ୍ୟକ୍ଷ ଉପସ୍ଥିତ ରହି ସ୍ଥାପନା ଦିବସ ପାଳନ କରି ନିଜ ମନ୍ତବ୍ୟ ଦେଇଥିଲେ । ଭିଆଇପି ଅଧ୍ୟକ୍ଷ ଡ. କୁଶୁଲିଆଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏବଂ ଓଡିଶା ବିକାଶ ପାଇଁ ଅଟକି ଏବଂ ବନ୍ଦ ରହିଥିବା ବିଭିନ୍ନ ବିକାଶ ପ୍ରକଳ୍ପ ଏବଂ କାମକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେସ ବାର୍ତା ଜରିଆରେ ଦାବୀ ଉପସ୍ଥାପନ କରିଛନ୍ତି ।

ଡ. କୁଶୁଲିଆ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ବଲାଙ୍ଗିର ଏବଂ ଓଡିଶାର ବିକାଶକୁ ଆଗେଇ ନେବା ପାଇଁ ପୁର୍ଣ୍ଣତଃ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ସେମାନେ କେବଳ ଓଡିଶାର ଖଣିଜ ପଦାର୍ଥକୁ ଘରୋଇ ହାତରେ ବିକି ମାସକିଆ ସାମାଜିକ ଏବଂ ଆର୍ଥିକ ଯୋଜନାରେ ସର୍ବସାଧାରଣଙ୍କୁ ଠକୁଛନ୍ତି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ବଲଙ୍ଗିର ତଥା କେବିକେ ଯୋଜନାକୁ ବନ୍ଦ କରି ଏସ୍‌ପିରେସନାଲ ଜିଲ୍ଲାରେ ପରିଣତ କରି ବଲାଙ୍ଗିର ଏବଂ କେବିକେକୁ ପୁନଃ ଅନୁନ୍ନତ କରିବାକୁ ଚାହୁଁଛନ୍ତି ।2 ଓଡ଼ିଶାରେ ଦାଦନ ଶ୍ରମିକ ସମସ୍ୟା ନେଇ ସରକାର ନୀରବ-ଉଗ୍ର ରୂପ କରାଯିବ ଆନ୍ଦୋଳନ

ଡ. କୁଶୁଲିଆ କହିଛନ୍ତି ଯେ, ବଲାଙ୍ଗିର ସହର ୧୪ ଗୋଟି ବ୍ଲକ ତଥା ଓଡିଶା ୩୦ ଗୋଟି ଜିଲ୍ଲାର ବନ୍ଦ ପଡିଥିବା ତଥା ପେଣ୍ଡିଙ୍ଗ ପ୍ରାୟ ୩୦୦ ଅସହାୟ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର ଯେପରି ବଲାଙ୍ଗିର ବିଜୟାନନ୍ଦ ଚିନିକଳ, ସୁବର୍ଣ୍ଣପୁର, ବରଗଡ ସୁତା କଳ, କେସିଙ୍ଗା କଟନ ଫ୍ୟାକଟେରୀ ଏବଂ ଚିନିକଳ, ବରଗଡ ସୁତାକଳ, ଆସ୍କା ଓ ତ୍ରିତୋଳ ଚିନିକଳ, କଳିଙ୍ଗ ଇସ୍ପାତ କାରଖାନା, ବ୍ରଜରାଜ ନଗର କାଗଜ କାରଖାନା ସହ ୩୦୦ କୃଷି ଭିତ୍ତିକ କୁଟୀର ଗ୍ରାମ୍ୟ ଶିଳ୍ପ ଆଦି ବନ୍ଦ ପଡିରହିଛି ।

ଗାନ୍ଧିଜୀ ଏବଂ ନେହରୁଜୀଙ୍କ ପ୍ରେରଣାରେ ଓଡିଶାରେ ବିଜୁ ପଟ୍ଟନାୟକ କୃଷି ଭିତ୍ତିକ ଶିଳ୍ପ ମୁଖ୍ୟତଃ ସ୍ଥାପନ କରି କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ଯୁବକ ମାନଙ୍କୁ ରୋଜଗାର ଦେବା ପାଇଁ କୃଷି ଭିତ୍ତିକ ଶିଳ୍ପ ଆରମ୍ଭ କରିଥିଲେ, କିନ୍ତୁ ତାହା ବର୍ତମାନ ନବୀନ ସରକାର ସବୁ ପୂର୍ବେ କରାଯାଇଥିବା ଦାବୀ ରେ ଅବଗତ ଥାଇ ସୁଦ୍ଧା ଦାଦନ, ଦାରିଦ୍ରତା, ବେରୋଜଗାରୀ ସହ ପଳାୟନ ତଥା ଗ୍ରାମ୍ୟ ଏବଂ କୃଷି ର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁଃଖପୁର୍ଣ ହୋଇ ଯାଇଛି ।

ବଲାଙ୍ଗିର ଜିଲ୍ଲାରେ ହାଇକୋର୍ଟ ବେଂଚର ପୁନଃ ସ୍ଥାପନା ଏବଂ ବଲାଙ୍ଗିର ସହରର ବାଇପାସ୍‌ ରୋଡ, ରିଙ୍ଗ ରୋଡ, କରଙ୍ଗା କଟାଁ ମହାରାନୀ ସାଗର ସହ ୭୦ ଗୋଟି ପୁରାତନ ପୋଖରୀର ମାଟିକାମ ଓ ସଫେଇ ବୃକ୍ଷ ଗୁଡିକର ରକ୍ଷଣା ବେକ୍ଷଣ, ନାଳ ନର୍ଦ୍ଦମା, କଚରା ସଫାଇ,ପାନୀୟଜଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଗରିବ ଭୁମିହୀନମାନଙ୍କୁ ଜାଗା ମିଶନ, ବସୁନ୍ଧରା, ଜଙ୍ଗଲ ଜମିନ୍‌ ଅଧିକାର ଅଇଁ ଅନୁଯାୟୀ ପଟ୍ଟା ସହ ଆବାସ ଯୋଜନା ରେ ସାମିଲ , ସାର୍ବଜନିକ ସୁଲଭ ଶୌଚାଳୟ, ଅମୃତଧାରା ପାନୀୟଜଳ ଯୋଜନା,ଦାଦନ ଶ୍ରମିକ ସମସ୍ୟା,

ବନ୍ଦ ହେବାକୁ ଥିବା ଓଡିଶାର ୧୪ଗୋଟି ସରକାରୀ ବି.ଏଡ ମହାବିଦ୍ୟାଳୟ ତଥା କମ ଛାତ୍ରଛାତ୍ରୀ ଥିବା ୧୪୫୦୦ ପ୍ରାଥମିକ ବିଦ୍ୟାଳରେ ପ୍ରବେଶ ଓଡିଶା ଉଚ୍ଚ ନ୍ୟାୟଳୟ ଆଦେଶ ଅନୁଯାୟୀ ବଲାଙ୍ଗିର ଠାରେ କେନ୍ଦ୍ରିୟ ଆଦର୍ଶ ମହାବିଦ୍ୟାଳୟ, କୃଷି ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ମହାବିଦ୍ୟାଳୟ, ବଲାଙ୍ଗିର ମ୍ୟୁନିିସିପାଲ କର୍ପୋରେସନ ତଥା ସ୍ମାର୍ଟ ସିଟି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଇଣ୍ଡୋର ଷ୍ଟାଡିୟମ, ବିଜ୍ଞାନ ପାର୍କ ସରକାରୀ ସିଭିଲ ସେବା ପ୍ରତିଯୋଗୀ ପରୀକ୍ଷା କୋଂଚି କେନ୍ଦ୍ର ସହ ରାଜେନ୍ଦ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରିୟ ସ୍କିଲ ଡେଭଲେପମେଂଟ ବିଶ୍ୱବିଦ୍ୟାଳୟ, ବିଡି କାରଖାନା, ସୁତାକଳ, କଟନ ଜେନିଂ କେନ୍ଦ୍ର, ମହୁଲ ମଦ ବୋଟଲିଙ୍ଗ କାରଖାନା ସହ ମହୁଲ, ଟୋଲ ଏବଂ କେନ୍ଦୁପତ୍ର ଠାରୁ ଜିଏସ୍‌ଟି ହଟାଇ ଏମଏସପି ଲାଗୁ କରାଇବା, ସୋନଗଡ ଏବଂ ତେ ନଦୀ ବ୍ୟାରେଜ, ଅପରଲାନ୍ଥ ନଦୀବନ୍ଧ,

ସିଙ୍ଗଡୋଲ ଠାରେ ଦ୍ୱିତୀୟ ହିରାକୁଦ ନଦୀବନ୍ଧ ଯୋଜନା, ଡବ୍ଲୁଓଡିସି ଏବଂ କେବିକେ ମିଶ୍ରଣରେ ପଶ୍ଚିମ ଓଡିଶା ସ୍ୱୟଂ ଚାଳିତ ବିକାଶ ପରିଷଦ, ବଲାଙ୍ଗିର-ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗିର ଠାରେ ହେବ, ପାଟଣାଗଡ-ସୋନପୁର ଏବଂ ବୌଦ୍ଧ-‘ଲୁବାଣୀରେ ରେଳ ଯୋଗାଯୋଗ, ପ୍ରତ୍ୟେକ ଜିଲ୍ଲାରେ ପ୍ରତିଯୋଗୀ ପରୀକ୍ଷା କେନ୍ଦ୍ର, ବଲାଙ୍ଗିର ଏବଂ ତାଲଚେର ଠାରେ ୨ଗୋଟି ଇସ୍ପାତ କାରଖାନା ସ୍ଥାପନା, ଓଡିଶାକୁ ବିଶେଷ ଆର୍ଥିକ ଦର୍ଜା, କେବିକେ ଯୋଜନାର ପୁନଃ ଆରମ୍ଭ, କୋଇଲା ରୋୟାଲଟିର ବୃଦ୍ଧି,

ଏସସି/ଏସଟି ଛାତ୍ର ଛାତ୍ରୀମାନଙ୍କର ୨୨୦ କୋଟି ଟଙ୍କା ଛାତ୍ର ବତ୍ତି କେନ୍ଦ୍ର ସରକାର ଦ୍ୱାରା ପୁନଃ ଆରମ୍ଭ ଦାବୀ, ଛତିଶଗଡ ପରି ଓଡିଶାରେ ଏସସି/ଏସଟିଙ୍କୁ ଛାତ୍ରବୃତ୍ତି ବୃଦ୍ଧି, ବଲାଙ୍ଗିର ସହରରେ ଗରିବ ଭୁମିହୀନ ବିସ୍ତିାପିତ ମାନଙ୍କୁ ଅତିଶୀଘ୍ର ଜାଗା ମିଶନ ପଟ୍ଟା ଏବଂ ଆବାସ ସୁବିଧା ଦେଇ ରିସେଟେଲମେଂଟ । ଟିଟିଲାଗଡ, କଂଟାବାଞ୍ଜି, ବଲାଙ୍ଗିର ଏବଂ ପାଟଣାଗଡରେ ନିର୍ମିତ ହେଉଥିବା ଅନ୍ୱେଷା ହଷ୍ଟେଲର କାର୍ଯ୍ୟକ୍ଷମ, ୧୯ଗୋଟି ଜଗଜୀବନ ରାମ ହଷ୍ଟେଲର କାର୍ଯ୍ୟକ୍ଷମ, ଏସସି/ଏସଟି/ ଓବିସି/ ସାଧାରଣ ବର୍ଗ ଗରିବମାନଙ୍କୁ ଆରକ୍ଷଣ ଦେବା, ଲୋୟର ସୁକତେଲ ବିସ୍ତାପିତ ମାନଙ୍କୁ ଅତିଶୀଘ୍ର ପଟ୍ଟା ଏବଂ କମ୍ପେନସେସନ ଦେଇ ରିସେଟଲ କରାଇବା ।

ମହାନଦୀରେ ଛତିଶଗଡ ଦ୍ୱାରା ନିର୍ମିତ ୨୫୦ ନଦୀବନ୍ଧ ବ୍ୟାରେଜ ଠାରୁ ଓଡିଶାର କୃଷକଙ୍କୁ ପାଣି ଯୋଗାଇବା, ଆନ୍ଧ୍ରର ପୋଲାବରମ ଡ୍ୟାମରୁ କୋରାପୁଟ କୃଷକ ମାନଙ୍କୁ ପାଣି ଯୋଗାଇବା ତଥା ଚାଇନା ଏବଂ ପାକିସ୍ଥାନ ଷ୍ଟାଇଲରେ ଆନ୍ଧ୍ର ଏବଂ ଛତିଶଗଡ ଦ୍ୱାରା ଓଡିଶାର ପଡୋଶୀ ଜିଲ୍ଲା ନୂଆପଡା, ଝାରସୁଗୁଡା, ଗଜପତି, କୋରାପୁଟ, ବରଗଡ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାମାନଙ୍କରେ ଜବରଦଖଲ ବନ୍ଦ କରିବା ତଥା ବଲାଙ୍ଗିର ଜିଲ୍ଲାରେ ଖାଲି ପଡିଥିବା ରାଜସ୍ୱ ଆରଆଇ ଅମିନ ପଦବୀରେ ନିଯୁକ୍ତି,ଦାଦନ ଶ୍ରମିକ ସମସ୍ୟା,

ଗ୍ରାମ୍ୟ ଜିଆରଏସ ଖାଲି ପଦବୀର ନିଯୁକ୍ତି ଆଦି ଦାବୀ ଗୁଡିକ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଆସନ୍ତା ୧୯, ଜୁଲାଇ ୨୦୨୧ ଠାରୁ ସମଗ୍ର ଓଡିଶା ଗାନ୍ଧୀ ପଦଯାତ୍ରା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟଙ୍କୁ ଦେଓଗାଁ ବିଡିଓ ତଥା ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମେମୋରେଣ୍ଡମ ଦେଇ ଦେଓଗାଁସ୍ଥିତ ବିଜୟାନନ୍ଦ ଚିନିକଳ ଠାରୁ ଏକ ଓଡିଶା ଗାନ୍ଧୀ ପଦଯାତ୍ରା ଆରମ୍ଭ କରାଯିବା ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି ।