Friday, March 29, 2024

Top 5 This Week

Related Posts

ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା(୨୦/୧୦) : ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ର ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋ-ସୁରକ୍ଷା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା lWhatsApp Image 2021 10 21 at 6.34.23 AM ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

ସର୍ବ ପ୍ରଥମେ ମାହେଶ୍ୱରୀଙ୍କ ଠାରେ ପୂଜାର୍ଚନା କଲାପରେ ଗୋ-ପୂଜନ କରାଯାଇଥିଲା l ମାହେଶ୍ୱରୀ ଗୋଶାଳା ପରିସରରେ କର୍ମଶାଲାରେ ଅଧ୍ୟାକ୍ଷତା କରିଥିଲେ ନିର୍ଗୁଣ ମହାକୁଡ଼, ସଂଯୋଜନା କରିଥିଲେ ସମ୍ପାଦକ କୃତ୍ତିବାସ ପଲିଆ, ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଗୋ ପୂଜନ କଲାପରେ କର୍ମଶାଳାରେ ଗୋଶାଳା ବିକାଶ ନିମନ୍ତେ ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ l

ମୁଖ୍ୟ ବକ୍ତା ଭାବେ ବାବା ମଧୁସୂଦନ ଦାସ ଯୋଗ ଦେଇ ଗୋମାତାଙ୍କ ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବ କୃଷି ଅଧିକାରୀ ବୈଦ୍ୟନ୍ନାଥ ମହାନନ୍ଦିଆ ଯୋଗ ଦେଇ ଗୋ-ଆଧାରୀତ କୃଷି ଉପରେ ବକ୍ତବ୍ୟ ରଖିଥିଲେ l ସଂମାନୀତ ଅତିଥି ଭାବେ ବିଶିଷ୍ଟ ପାଲାକାର ବାଞ୍ଛାନିଧି ପ୍ରଧାନ, ପ୍ରାଣୀ ଚିକିତ୍ସକ ଅଶୋକ ଶତପଥୀ, ବାବା କୁଞ୍ଜବନ, ଯାଇକାର ସଂଯୋଜିକା ସୁଶ୍ରୀ ନମିତା ଗିରି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ସମାଜସେବୀ ପ୍ରଭାତ ପ୍ରଧାନ, ଉଦ୍ଧବ କଳତା,ପପୁନ ଗାଈଗୋରିଆ, ନନ୍ଦନ ଚୌଧୁରୀ, ଶୁଷାମା ଲଉରିଆ, ପରମା ପ୍ରଧାନ, ପ୍ରକାଶ ପଲିଆ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

Popular Articles