Monday, November 29, 2021
Homeଜିଲ୍ଲା ଖବରବିଶ୍ୱ ବ୍ୟାଙ୍କ ର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ବିଶ୍ୱ ବ୍ୟାଙ୍କ ର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୧/୧୦) : ସମସ୍ତଙ୍କୁ ଦକ୍ଷତାପୂର୍ଣ୍ଣ ଓ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ମଜବୁତ୍ ଶିକ୍ଷା ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ମଙ୍ଗଳବାର ବିଶ୍ୱ ବ୍ୟାଙ୍କ ର ହ୍ୟୁମାନ କ୍ୟାପିଟାଲ୍ ମିନିଷ୍ଟରିଆଲ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ବ୍ୟାଙ୍କ ର ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମରେ କୋଭିଡ -୧୯ ଦ୍ୱାରା ହ୍ୟୁମାନ କ୍ୟାପିଟାଲର କ୍ଷତିକୁ ରୋକିବା ଏବଂ ଡ଼ିଜିଟାଲ ଯୁଗରେ ସେବା ଯୋଗାଇବାରେ ନୂଆ କଳ୍ପନା ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ଟେକ୍ନଲୋଜିକୁ କାର୍ଯ୍ୟକାରୀ କରି ଜୀବନଶୈଳିରେ ଉନ୍ନତି ଆଣିବା, ଜୀବନଜୀବିକାକୁ ଗୁରୁତ୍ୱ ସହ ସମସ୍ତଙ୍କୁ ସମାନ ଶିକ୍ଷାର ସୁବିଧା ପାଇଁ ଭାରତର ଉଦ୍ୟମ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି କୋଭିଡ୍-୧୯ ସମୟରେ ଭାରତ ସରକାରଙ୍କ ବହୁମୁଖୀ ରଣନୀତି ଯଥା ଦୀକ୍ଷା, ପିଏମ ଇ-ବିଦ୍ୟା, ସ୍ୱୟଂ ପୋର୍ଟାଲ, ଡ଼ିଜିଟାଲ ଲାଇବ୍ରେରୀ, ଡ଼ିଟିଏଚ, ରେଡ଼ିଓ ଶିକ୍ଷା ଦାନର ନିରନ୍ତରତାକୁ ବଜାୟ ରଖିଛି ।

ଛାତ୍ରଛାତ୍ରୀ ମାନେ ଟେକ୍ନୋଲୋଜି ଜରିଆରେ ଗୁଣାତ୍ମକ ଶିକ୍ଷା ପାଇପାରୁଛନ୍ତି | ଏହା ବ୍ୟତିତ ଇଂଟରନେଟ ମାଧ୍ୟମରେ ଶିକ୍ଷା ଏବଂ ଜାତୀୟ ଡିଜିଟାଲ ଶିକ୍ଷା ନିର୍ମାଣଶୈଳି ସମେତ ଶିକ୍ଷା ପରିସଂସ୍ଥାନକୁ ଅଧିକ ସମାବେଶୀ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି । କୋୱିନ ଭଳି ଡ଼ିବିଟି ଏବଂ ଅନେକ ଡ଼ିଜିଟାଲ ପ୍ଲାଟଫର୍ମ ମାନବ ସମ୍ବଳର କ୍ଷତିକୁ ରୋକିବାରେ ସହାୟକ ହୋଇଥିବା ଶ୍ରୀ ପ୍ରଧାନ ଏହି ମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ ଆଲୋକପାତ କରିଛନ୍ତି ।

ଭାରତରେ ଏଲପିଜି ବିତରଣରେ ସଂସ୍କାର ମୂଳକ ପଦକ୍ଷେପକୁ ସ୍ୱୀକୃତି ଦେଇଥିବାରୁ ବିଶ୍ୱବ୍ୟାଙ୍କ କୁ ଶ୍ରୀ ଧନ୍ୟବାଦ ଜଣାଇଥିଲେ । ସେହିପରି ବିଶେଷ ଭାବରେ ପହଲ ଓ ଗିଭ୍ ଇଟ୍ ଅପ୍ ଦ୍ୱାରା ସବସିଡ଼ିର ଅପବ୍ୟବହାର କୁ ହ୍ରାସ କରିବା ତଥା ଦେଶର ୮ କୋଟି ଗରିବ ପରିବାରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଉପରେ ଭାରତର ଅଭିଜ୍ଞତା ଓ ବିଶ୍ୱସ୍ତରୀୟ ଏଲପିଜି କ୍ଷେତ୍ରରେ ପ୍ରବେଶ କରିବା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments