Friday, March 29, 2024

Top 5 This Week

Related Posts

ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତାଫା ଦବିକାରି ବିଜେପିର ଗଣ ବିକ୍ଷୋଭ

ରିପୋର୍ଟ : ସୁଶାନ୍ତ ବେହେରା //
ଢେଙ୍କାନାଳ,(୨୧/୧୦) : ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତାଫା ଦବିକାରି ଆଜି ଢେଙ୍କାନାଳ ବିଜେପି ତରଫରୁ ଗଣ ବିକ୍ଷୋଭ । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ତାଙ୍କୁ ପୋତି ଦିଆଯିବା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତିକୁ ନେଇ ଆଜି ଏହି ବିକ୍ଷୋଭ କରାଯାଇଥିଲା ।dkl1 2 ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତାଫା ଦବିକାରି ବିଜେପିର ଗଣ ବିକ୍ଷୋଭ

ଢେଙ୍କାନାଳ ବିଜେପି ତରଫରୁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଢେଙ୍କାନାଳ ଏସ ପି ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ କୁସପୁତଳିକା ଦାହ କରାଗଲା ।

ଏଥିରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ ପ୍ରଭାରୀ ଶ୍ରୀଯୁକ୍ତ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତି ବିଷ୍ଣୁ ପ୍ରସାଦ ଲେଙ୍କା, ଜିଲ୍ଲା ବିଜେପି ଉପସଭାପତି ଶ୍ରୀଯୁକ୍ତ ମାତୃ ପ୍ରସାଦ ନନ୍ଦ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରତିକାନ୍ତ ସାହୁ, ଜିଲ୍ଲା ବିଜେପି ଉପସଭାନେତ୍ରୀ ଭାରତୀ ସ୍ବାଇଁ , ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଜସମ୍ବନି ରାଉତ , ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଭଞ୍ଜ , ନଗର ମଣ୍ଡଳ ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ , ନଗର ମଣ୍ଡଳ ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ମହାକୁଡ , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ବାଇଁ , ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଜୟନ୍ତୀ ପ୍ରଧାନ , ଉପସଭାନେତ୍ରୀ ସବିତା ନାଏକ , ସାଧାରଣ ସମ୍ପାଦିକା ଶ୍ରୀମତୀ ସସ୍ମିତା ସାମଲ , ସାଧାରଣ ସମ୍ପାଦିକା ଶ୍ରୀମତୀ ରୋଜାଲିନ ପାତ୍ର , ସମ୍ପାଦିକା ଶ୍ରୀମତୀ ଦମୟନ୍ତୀ ପାଣି , ସମ୍ପାଦିକା ଶ୍ରୀମତୀ ମଧୁସ୍ମିତା ପୁହାଣ , ସମ୍ପାଦିକା ଶ୍ରୀମତୀ ଉଲୀ ନାୟକ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ମହାଦୀପ ଯଶୋବନ୍ଧ ମହିମା , ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା , ଉପସଭାପତି ଶ୍ରୀ ରମାକାନ୍ତ ଜେନା , ଜିଲ୍ଲା ସମ୍ପାଦକ ଶ୍ରୀ ସୁଜିତ ବାରିକ , ଜିଲ୍ଲା ସୋସିଆଲ ମିଡ଼ିଆ ଓ ମିଡ଼ିଆ ସଂଯୋଜକ ଶ୍ରୀ ସୁଚିତ୍ର ବେହେରା , ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସଂକଳ୍ପ ଦାସ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି , ଜିଲ୍ଲା ପଦାଧିକାରୀ , ନଗର ମଣ୍ଡଳ ପଦାଧୂକାରୀ ଓ ଯୁବମୋର୍ଚ୍ଚା ର ବନ୍ଧୁ ମାନେ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles