ହାତୀ ଧରା ଜଂଗଲରେ ମହାବଳ ବାଘର ଉତ୍ପାତ : ଲୋକେ ଆତଙ୍କିତ

0
336

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗl,(୨୧/୧୦) : ବୌଦ୍ଧ ବନଖଣ୍ଡ ଓ ନୟାଗଡ ବନ୍ୟପ୍ରାଣୀ ହାତୀ ଧରା ଜଂଗଲରେ ଆଜକୁ ପ୍ରାୟ ୭/୮ଦିନ ହେବ ଏକ ମହାବଳ ବାଘ ହରଭଙ୍ଗା ବ୍ଲକର ତଳ ଗାଁ ପଞ୍ଚାୟତର ଗଣ୍ଡାପାଯୁ ଗାଁ ଠାରୁ ମାତ୍ର ୩କି ମି ଦୁରତା ମଧ୍ୟରେ ପଇଁତରା ଦେବା ସହ ରାତି ତମାମ ଗର୍ଜନ କରୁଥିବାରୁ ଲୋକମାନେ ଭୟଭିତ ହୋଇପଡିଛନ୍ତି ।

ଗ୍ରାମର କିଛି ଲୋକ ଗତକାଲି ଗାଇ ଚରାଇବାକୁ ଯାଇଥିବା ବେଳେ ହାତୀ ଧରା ଜଂଗଲରେ ଏକ ବଡ ସମ୍ବର ଏବଂ ଏକ ବଡ ବାର୍ହାକୁ ମଧ୍ୟ ବାଘ ମାରି ଖାଇ ଥିବାର ଦେଖିବାକୁ ପାଇଥିଲେ । ଭୟରେ ଆଉ ଜଂଗଲରେ ଛେଳି ଗାଈ ଚରାଇବାକୁ କିମ୍ବା ଜାଳେଣି କାଠ ଆଣିବାପାଇଁ ଯାଉ ନାହାଁନ୍ତି । ଏତେଦିନ ହେବ ମହାବଳ ବାଘ ପଇଁତରା ଦେଇ ଗର୍ଜନ କରୁଥିବା ସତ୍ବେ ମଧ୍ୟ ଜଂଗଲ କର୍ମଚାରୀ କିମ୍ବା ହାତୀ ଧରା ଜଂଗଲକୁ ଲାଗି ରହିଥିବା ପଶ୍ଚିମ ବନ୍ୟପ୍ରାଣୀ ବାଣିଗୋଛା ଅଧିକାରୀ ମାନଙ୍କ ପାଖରେ ମଧ୍ୟ ଖବର ନାହଁ । ଏଣୁ ଉକ୍ତ ଜଂଗଲରେ ଥିବା ବାଘକୁ କିପରି ଯଥାଶିଘ୍ର ବାହାରକୁ ତଡା ଯିବ ସେଥିପ୍ରତି ଦୁଇ ଜିଲ୍ଲାର ବନ ବିଭାଗ ପଦକ୍ଷେପ ନେବାପାଇଁ ଦାବୀ ହେଉଛି ।

ବୌଦ୍ଧ ବନଖଣ୍ଡ ଓ ନୟାଗଡ ବନ୍ୟପ୍ରାଣୀ ବିଭାଗ ସୀମାନ୍ତରେ ଥିବା ହାତିଧରା ଜଙ୍ଗଲରେ ଏହି ବାଘର ଉତ୍ପାତ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ବାବଦରେ ନାୟଗଡ଼ ବନ୍ୟପ୍ରାଣୀ DFO ସମୀର କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଲେ, ଏବାବଦରେ ଆମେ ଖବର ପାଇ ସମସ୍ତ ରେଞ୍ଜ ଅଧିକାରୀଙ୍କୁ ସତର୍କ କରାଯାଇଛି । ଯଥା ସମ୍ଭବ ମହାବଳ ବାଘକୁ ଘଞ୍ଚ ଜଙ୍ଗଲ ଭିତରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି DFO ପ୍ରକାଶ କରିଛନ୍ତି ।