ଇତିହାସ ରଚିଲା ଭାରତ : ଦେଶରେ ୧୦୦ କୋଟି ଟପିଲା ଟିକାକରଣ

0
299

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୨୨/୧୦) : ଇତିହାସ ରଚିଲା ଭାରତ । ଆଜି ଦେଶରେ ୧୦୦ କୋଟି ଟପିଛି କରୋନା ଟିକାକରଣ । ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଦ୍ରୁତ ଗତିରେ ୧୦୦ କୋଟି ଟିକାକରଣ କରିଛି । ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ! ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ ।Vaccine 770x433 1 ଇତିହାସ ରଚିଲା ଭାରତ : ଦେଶରେ ୧୦୦ କୋଟି ଟପିଲା ଟିକାକରଣ

ଇତିହାସ ରଚିଲା ଭାରତ | ତେବେ ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏହି ଦିନକୁ ଖବୁ ଧୁମଧାମରେ ପାଳନ କରିବା ପାଇଁ ଯୋଜନା କରାଯାଇଛି । କରୋନା ଟିକାକରଣ ୧୦୦ କୋଟି ଟପିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ୍ ଫିଲ୍ମ ଲଞ୍ଚ କରିବେ । ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍ ଯୋଗେ ଏ ସଂପର୍କରେ ଘୋଷଣା ହେବ । ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ ।

ସୂଚନା ମୁତବକ, ବିଜେପିର ନେତାମାନେ ଆଜି ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ । ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ ।PTI10 21 2021 000049A ଇତିହାସ ରଚିଲା ଭାରତ : ଦେଶରେ ୧୦୦ କୋଟି ଟପିଲା ଟିକାକରଣ

ଏତେ ବଡ଼ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଆଜି ଆରଏମଏଲ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଅନ୍ୟପକ୍ଷରେ, ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ ‘ହୁ’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିଦେ୍ର୍ଧଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ୱିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା । ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ୱୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ ।