ଷ୍ଟେଟ ବ୍ୟାଙ୍କ ଆର.ସେଟି ଦ୍ୱାରା ଛତୁ ଚାଷ ତାଲିମ ଉଦଘାଟିତ

0
275

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୨୦/୧୦) : ଅଦ୍ୟ ତା : ୨୦/୧୦/୨୦୧୧ ଦିନ ଷ୍ଟେଟ ବ୍ୟାଙ୍କ ଆର.ସେଟି ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଡାହିମାଳ ଗ୍ରାମରେ ଏକ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି |0c02f821 2cc9 4e90 bf32 60bec1ab5c64 ଷ୍ଟେଟ ବ୍ୟାଙ୍କ ଆର.ସେଟି ଦ୍ୱାରା ଛତୁ ଚାଷ ତାଲିମ ଉଦଘାଟିତ

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସଂଗ୍ରାମ ସାବତ, ଷ୍ଟେଟ ବ୍ୟାଙ୍କ ଆର.ସେଟି ଶାଖା ପରିଚାଳକ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ବଲାଙ୍ଗୀର ମୁଖ୍ୟ ଅତିଥି ରୂପେ ଆସି ତାଲିମ ଗ୍ରହୀତା ମାନଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଥିଲେ | ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ସ୍ୱରୋଜଗାରୀ ହେବା ପାଇଁ ତାଲିମ ଗ୍ରହୀତା ମାନଙ୍କୁ ଉତ୍ସାହିତ କରିଥିଲେ | ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ ସେମାନଙ୍କୁ ଅଭିପ୍ରେରିତ କରି ତାଲିମ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ |

ଆମ ଜଙ୍ଗଲ ଯୋଜନାର ଶ୍ରୀ ଡାନିଏଲ ସୁନା ଓ ରମଣୀ ବରାଡ଼, ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ଅଶ୍ୱିନୀ କୁମାର ସାହୁ, କାର୍ଯ୍ୟାଳୟ ସହକାରୀ ଶ୍ରୀ ସୁଧୀର କୁମାର ବେହେରା ତଥା ସାମାଜିକ କର୍ମୀ ମୋହନ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଡାହିମାଳ ଓ ମହୀମୁଣ୍ଡା ଗ୍ରାମର ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଭାଗ ନେଇଥିଲେ |