ଧଳପୁର – ଆଠମଲ୍ଲିକ ନିର୍ମାଣଧୀନ ମହାନଦୀ ସେତୁ ରୁ ନିର୍ମାଣ ସାମଗ୍ରୀ ଚୋରି

0
261

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୪/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଠାରେ ନିର୍ମାଣଧୀନ ଧଳପୁର – ଆଠମଲ୍ଲିକ ମହାନଦୀ ସେତୁ ର ନିର୍ମାଣ କରୁଥିବା ଘରୋଇ ଠିକା ସଂସ୍ଥା ର ସାକୁସିଙ୍ଗା ଗ୍ରାମ ନିକଟରେ ଥିବା କ୍ୟାମ୍ପ ପରିସର ମଧ୍ୟରୁ ଲୁହା ସାମଗ୍ରୀ ଚୋରି କରିବା ଅଭିଯୋଗ ରେ ଜଣେ ଗିରଫ ହୋଇଥିବା ଜଣାପଡିଛି l

ମିଳିଥିବା ସୂଚନା ଅନୁଯାଇ ଧଳପୁର – ଆଠମଲ୍ଲିକ ନିର୍ମାଣଧୀନ ମହାନଦୀ ସେତୁ ରେ ଠିକା ସଂସ୍ଥା ର ସାକୁସିଙ୍ଗା କ୍ୟାମ୍ଫ ପରିସରରେ ଥିବା ଏକ ଏକ୍ସପେନସନ ଜଏଣ୍ଟ କେହି ଚୋରି କରି ନେଇଥିବା ଠିକା ସଂସ୍ଥା ପକ୍ଷରୁ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ଅନୁସନ୍ଧାନ କରି ଏକ ବୁଦା ମୂଳରୁ ଚୋରି ସାମଗ୍ରୀ ଜବତ କରି ଚୋରି ସହ ସମ୍ପୃକ୍ତ ଥିବା ଅଭିଯୋଗ ରେ ବୁଲୁରା ଗ୍ରାମ ର କୃଷ୍ଣଚନ୍ଦ୍ର ଚୌଧୁରୀ (୩୦) ଙ୍କୁ ଗିରଫ କରିଥିବା ଖବର ମିଳିଛି l ଗତକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରାଣବନ୍ଧୁ ସାହୁ ସୂଚନା ଦେଇଛନ୍ତି l