Friday, March 29, 2024

Top 5 This Week

Related Posts

ସେପ୍ଟିସେମିଆ ରୋଗ ଦ୍ୱାରା ଆକ୍ରାନ୍ତ ଏକ ଦନ୍ତାହାତୀର ଚିକିସ୍ଛାଧୀନ ଅବସ୍ଥାରେ ମୃତ୍ୟୁ

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୩/୧୦) : ଆଜି ସକାଳେ ଲାହଡା ‘ବି ଆର ଏଫ୍ ଭିତରେ ଥିବା ଷଡ଼ଙ୍ଗୀ ବନଖଣ୍ଡ ଅଂଚଳରେ ସେପ୍ଟିସେମିଆ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଏକ ହାତୀର ମୃତ୍ୟୁ ଘଟିଛି ।

ହାତୀଟି କୁ ଟ୍ରାକ କରାଯାଇଛି ଏବଂ ଗତ ୨ ଦିନ ଧରି ସେ ଚିକିତ୍ସିତ ହେଉଥିଲା । VAS ସାତକୋସିଆ ଏବଂ କପିଲାସ ପ୍ରାଣୀ ଚିକିତ୍ସା ଅଧିକାରୀ ଏହି ପଶୁ କୁ ଚିକିତ୍ସା କରିଥିଲେ । ସେପ୍ଟିସେମିଆ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ହାତୀ ଟି ମୃତ୍ୟୁ ବରଣ କରି ଥିବାର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ଏହାର ରକ୍ତ ର ନମୁନା ଗୁଡିକ ଓ ୟୁ ଏ ଟି ଭୁବନେଶ୍ୱର ବନ୍ୟପ୍ରାଣୀ ବିଭାଗ କୁ ପଠାଯାଇଛି । ପରୀକ୍ଷା ପରେ ଏହାର ପ୍ରକୃତ କାରଣ ଜାଣି ହେବ ବୋଲି ବନ ବିଭାଗ ଅଧିକାରୀ ମତ ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles