ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

0
188

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୩/୧୦) : ତା ୨୨.୧୦.୨୦୨୧ ଓ ୨୩.୧୦.୨୦୨୧ ରିଖ ଦୁଇଦିନ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକ ରୁ ଆସିଥିବା ଭ୍ରାମ୍ୟମାଣ ଆଇନ୍ ସଚେତନତା ଗାଡି ଦ୍ବାରା ଲୋକଙ୍କୁ ସଚେତନ କରାଯାଇଛି |cd62b30d 5a4d 49ee a33b d5362499a7f6 ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକାରଣ, ଢେଙ୍କାନାଳ ଶ୍ରୀ ସୁକାନ୍ତ କିଶୋର ଜେନାଙ୍କ ତତ୍ତ୍ଵାବଧାନରେ ଗଁଦିଆ ବ୍ଳକ ଓ ସଦର ବ୍ଳକର ସମସ୍ତ ଗାଁ ରୁ ଗାଁ ବୁଲି ଆଇନ ସଚେତନତା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ଜିଲ୍ଲା ଓ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କର୍ଯ୍ୟକାରିତା ଓ ଜନ ଉପଯୋଗି ଯଥା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲୋକ ମାନଙ୍କ ପାଇଁ ଆଇନ୍ ସହାୟତା, ଭାରତୀୟ ଦଣ୍ଡ ବିଧି ଆଇନ୍ , ପୀଡିତା କ୍ଷତିପରଣ ଯୋଜନା, ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା, ସଙ୍ଗଠିତ ଶ୍ରମିକ / ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଯୋଜନା ଏବଂ ଯଦି କୌଣସି ସମୟରେ କାହାର ଅଧିକାର କ୍ଷୁର୍ଣ ହେଉଥାଏ ସେହିଭଳି ଭାବରେ ଆଇନଗତ ସହାୟତା ପାଇପାରିବ ସେ ବିଷୟରେ ବିଷଦ ଭାବରେ ବୁଝାଯାଇଥିଲା ।