Friday, March 29, 2024

Top 5 This Week

Related Posts

ଅଭିଯୁକ୍ତ ଓ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି ପର୍ଦାଫାସ ନ କରାଗଲେ ତୀବ୍ର ଆନ୍ଦୋଳନ ଚେତାବନୀ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୩/୧୦) : ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଙ୍ଘ ତରଫରୁ ଟିଟିଲାଗଡ଼ ସରୋଜିନୀ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅଭିଯୁକ୍ତ ଓ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି ପର୍ଦାଫାସ ନ କରାଗଲେ ତୀବ୍ର ଆନ୍ଦୋଳନ ଚେତାବନୀ ଦେଇଛନ୍ତି |

ଆୟୋଜିତ ସଭାରେ ସ୍ବେଚ୍ଛାସେବୀ ତଥା ଯିବେଦୟା ଅନୁଷ୍ଠାନର ପଶ୍ଚିମ ଓଡ଼ିଶା ସଭାପତି ଶ୍ରୀକାନ୍ତ ସାହୁ,ଆଦିବାସୀ ସଂଘ ତରଫରୁ ବିସିନା ଜାନୀ,ରାଜ୍ୟ ଜନସେବା ସଙ୍ଘ ସଭାପତି ଲମ୍ବୁଧର ଛାତ୍ରୀଆ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦୁଇ ମିନିଟର ନିରବ ପ୍ରାର୍ଥନା ପରେ ତଦନ୍ତ ଜାଣିଶୁଣି ବାଟବଣା ପରି ପୂର୍ବଭଳି ଦବିଯିବା ଯୋଜନା ଚାଲିଥିବା ବେଳେ ଆଦିବାସୀ ସଙ୍ଘ ତରଫରୁ ଛଡ଼ାଯିବନି ବୋଲି ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେବଳ ଅଭିଯୁକ୍ତକୁ ଦାୟୀ କରି ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଉଛି | ଅଭିଯୁକ୍ତ ଓ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବା ଉଚିତ |

ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସିବିଆଇ ତଦନ୍ତ ପାଇଁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଛି ଓ ଆଗାମୀ ଦିନରେ ସମସ୍ତେ ନିରବ ହେଲେ ବି ଆଦିବାସୀ ସଂଘ ପକ୍ଷରୁ ତୀଵ୍ର ଆନ୍ଦୋଳନ କରିବା ଜିଲ୍ଲା ଆଦିବାସୀ ସଂଘ ତରଫରୁ ଶ୍ରୀ ଜାନି ଚେତାବନୀ ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles