ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୩/୧୦) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଶୁଲିଆବାହାଲ ଗ୍ରାମ୍ୟ ଜଙ୍ଗଲ ରୁ ଗତକାଲି ରାତିରେ ଦଣ୍ଡ ନୃତ୍ୟ ଦେଖିବାକୁ ଯାଇ ନିଖୋଜ ଥିବା ଏକ ଯୁବକର ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ଖପ୍ରାଖୋଲ ଥାନା ଘୁଚେପାଲି ଗାଁ ର ବସନ୍ତ ରଣା (୨୪) ମଙ୍ଗଳବାର ଦିନ ରାତି ରେ ବାଇକ୍ ନେଇ ଦଣ୍ଡ ନୃତ୍ୟ ଦେଖିବାକୁ ତାଙ୍କ ଗାଁ ର ଜଣକ ସାଥିରେ ଯାଇଥିଲା । କିନ୍ତୁ ଫେରିବା ସମୟରେ ତାଙ୍କ ସାଙ୍ଗ ଏକା ଆସିଥିବା ବେଳେ ପରିବାର ଲୋକେ ବସନ୍ତକୁ ଖୋଜାଖୋଜି କରି ଗୁରୁବାର ଦିନ ଖପ୍ରାଖୋଲ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ପରେ ଖପ୍ରାଖୋଲ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରି ସୁକ୍ରବାର ଦିନ ଲାଠୋର ଥାନା ଅନ୍ତର୍ଗତ ଶୁଲିଆବାହାଲ ଗ୍ରାମ୍ୟ ଜଙ୍ଗଲ ରୁ ବସନ୍ତ ର ମୃତ ଶରୀର ର ପୋତା ଯାଇଥିବା ସ୍ଥାନରୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି । ବରହା ଲଗାଇବା ପାଇଁ ଖେଳା ଯାଇଥିବା ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ପୋଲିସ ସନ୍ଦେହ କରିଛି ।
ମୃତ ବ୍ୟକ୍ତିଙ୍କ ଶରୀର କୁ କିଏ, କିଏ ପୋତିଲେ ଓ କାହିଁକି ପୋତିଲେ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେଥିପାଇଁ ଖପ୍ରାଖୋଲ ପୋଲିସ ଓ ଲାଠୋର ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ଜଣାପଡିଛି ।