ସାମ୍ବାଦିକ ବିଦ୍ୟାଧର ପ୍ରଧାନୀ ଅପହୃତ : ୯ ଘଣ୍ଟା ପରେ ଉଦ୍ଧାର

0
233

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ,(୨୪/୧୦) : ସାମ୍ବାଦିକ ବିଦ୍ୟାଧର ପ୍ରଧାନୀ ନାମକ ବ୍ୟକ୍ତିଙ୍କୁ ପ୍ରଭାତ ସମୟରେ ଦୁର୍ବୁତ୍ତ ମାନେ ଅପହରଣ କରି ନେଇଥିବା ଜଣାପଡିଛି | ସବୁବେଳେ ସେ ପ୍ରଭାତରେ ପରିଭ୍ରମଣ ସମୟରେ ତାଙ୍କୁ ଡୁକୁମରୋଡ ରତାଟିକିରି ଠାରେ ତାଙ୍କୁ ଅପହରଣ କରି ନେଇଥିଲେ |

ସାମ୍ବାଦିକ ବିଦ୍ୟାଧର ପ୍ରଧାନୀ ଙ୍କ ପୂର୍ବ ଶତ୍ରୁତା କିମ୍ବା ବାଣିଜ୍ୟ ଶତ୍ରୁତା, ତାଙ୍କର ଜମି ଜମା କେସ ଉପରେ ଶନିବାର ତାର କାର୍ଯ୍ୟକ୍ରମ ଥିଲା | ତାଙ୍କୁ ଅପହରଣ ର ସତ୍ୟାସତ୍ୟ ଏବେ ପର୍ଯ୍ୟନ୍ତ ଜଣା ପଡିନି | ତାଙ୍କର ଅପହରଣ ୯ ଘଣ୍ଟା ପରେ ତାଙ୍କୁ ରାୟଗଡ଼ା ଠାରେ ଉଦ୍ଧାର କରିଛି ରାୟଗଡ଼ା ପୋଲିସ | ତାଙ୍କୁ ପୋଲିସ ପଚରାଉଚରା କରାଯାଇଛି କିନ୍ତୁ ସେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ତାଙ୍କୁ ତାଙ୍କ ଘର ଲୋକଙ୍କ ହସ୍ତାନ୍ତର କରାଯାଉଥିବା ବିଷମ କଟକରେ ରାୟଗଡ଼ା ଏସ.ପି. ଶ୍ରୀ ବିବେକାନନ୍ଦ ଶର୍ମା କହିଛନ୍ତି । ତାଙ୍କର ବୟସ (୫୫) ବର୍ଷ ଓ ସେ ୱଵେଚେନାଲରେ ସାମ୍ବାଦିକ ଥିବା ଜଣାପଡିଛି | ବର୍ତ୍ତମାନ ସୁଦ୍ଧା ସତ୍ୟ ଘଟଣା ପ୍ରକାଶ ପାଇନି ବୋଲି ଏସପି ମହୋଦୟ କହିଛନ୍ତି ।