ଜିଲ୍ଲା ଯୁବ ଡ଼ୁମାଲ ପରିଷଦ ବୌଦ୍ଧ ର ରଜତ ଜୟନ୍ତୀ ଉତ୍ସବ

0
294

ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମ୍ବିଳନୀ ପାଇଁ ଶୁଭଖମ୍ବ ସ୍ଥାପନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,ତା(୨୪/୧୦) : ରବିବାର ସକାଳ ୧୦ ଘଣ୍ଟା ସମୟରେ ଟେଲିବନ୍ଧ କମଳପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡ଼ୁମାଲ ପରିଷଦ ବୌଦ୍ଧ ର ରଜତ ଜୟନ୍ତୀ ଉତ୍ସବ ଭୂମିପୂଜନ, ଶୁଭଖମ୍ବ ସ୍ଥାପନ କରାଯାଇଥିଲା l

520df51e 2777 4e0b 9fa6 ced2ceb2e2cb ଜିଲ୍ଲା ଯୁବ ଡ଼ୁମାଲ ପରିଷଦ ବୌଦ୍ଧ ର ରଜତ ଜୟନ୍ତୀ ଉତ୍ସବ

ପୂଜକଭାବେ ଦୁର୍ଯ୍ୟୋଧନ ପ୍ରଧାନ, ନିର୍ଗୁଣ ମହାକୁଡ଼ ଓ କର୍ତ୍ତା ଭାବେ ଧନେଶ୍ୱର ଅମାତ ଓ କୃତ୍ତିବାସ ପଲିଆ ତୁଲାଇଥିଲେ l ଜିଲ୍ଲା ଯୁବ ଡ଼ୁମାଲ ପରିଷଦ ବୌଦ୍ଧ ର ରଜତ ଜୟନ୍ତୀ ଉତ୍ସବ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ସଭାପତି ଶମ୍ଭୁ ଗିରି ଅଧକ୍ଷତା କରିଥିବାବେଳେ, ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ l

ବିଭିନ୍ନ ଆଲୋଚନାରେ ସର୍ବଶ୍ରୀ ଅରବିନ୍ଦ ମହାକୁଡ଼, ଅକ୍ରୁର କଳତା,ବିଶିକେସନ ପ୍ରଧାନ, ପ୍ରଭାତ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମହେଶ୍ୱର ପ୍ରଧାନ, ମହେନ୍ଦ୍ର ମହାକୁଡ଼ , ବିକ୍ରମ ମହାକୁଡ଼, ଦେଶବନ୍ଧୁ ମହାକୁଡ଼, ଅଜିତ ମହାକୁଡ଼, ଦିଲ୍ଲୀପ କର୍ମୀ, ରିଲୁ ପ୍ରଧାନ, ସୌଭାଗ୍ୟ କଳତା, ଘୁଂଡୁ ମହାକୁଡ଼, ଶଙ୍ଖାଳି ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l30e4dcaa 84b1 483a 8afc 44aa373fa7d6 ଜିଲ୍ଲା ଯୁବ ଡ଼ୁମାଲ ପରିଷଦ ବୌଦ୍ଧ ର ରଜତ ଜୟନ୍ତୀ ଉତ୍ସବ

ବିଭିନ୍ନ ପ୍ରସ୍ତାବ କ୍ରମେ ଆସନ୍ତା ନଭେମ୍ବର ୨ ଓ ୩ ଦୁଇଦିନ ଧରି କମଲ ପୁର ମାହେଶ୍ୱରୀ ବିହାର ଠାରେ ଭବ୍ୟ କଳସ ଯାତ୍ରା, ମାହେଶ୍ୱରୀ ଯଜ୍ଞ, ଯୁବ ମହିଳା, ପଛୁଆବର୍ଗ ସମାବେଶ ଅନୁଷ୍ଠିତସହ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ହେବାକୁ ସ୍ଥିର କରାଯାଇଥିଲା l