Thursday, March 28, 2024

Top 5 This Week

Related Posts

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ : ଭୁବନେଶ୍ୱରରେ ଟ.୧୦୮ ଟପିଲା ପେଟ୍ରୋଲ୍‌ ଦର

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୫/୧୦) : ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ | କ୍ରମାଗତ ୫ ଦିନ ହେଲା ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପ୍ରାପ୍ତ ସୂଚନା ଅନୁସାରେ, ଆଜି ୩୬ ପଇସା ବୃଦ୍ଧି ପାଇ ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର୍‌ପିଛା ମୂଲ୍ୟ ୧୦୮.୫୫ରେ ପହଞ୍ଚିଛି ।

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ | ଡିଜେଲ୍‌ ଦର ମଧ୍ୟ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୦୯ ରେ ପହଞ୍ଚିଛି । ଆଜିର ଇନ୍ଧନ ଦରକୁ ଦେଖିଲେ ଜଣାପଡୁଛି, ପ୍ରାୟ ଦେଢ଼ ବର୍ଷ ପରେ ଲିଟର୍‌ ପିଛା ପେଟ୍ରୋଲ୍‌ ମୂଲ୍ୟ ଟ. ୩୬/- ଓ ଡିଜେଲ୍‌ ଟ.୨୭/- ବୃଦ୍ଧି ପାଇଛି । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍‌ ପିଛା ୦.୩୫ ପଇସା ବୃଦ୍ଧି ପାଇ ଟ. ୧୦୭.୫୯ ବିକ୍ରୟ ହେଉଥିବା ବେଳେ ଡିଜେଲ୍‌ ଦର ମଧ୍ୟ ସମ ପରିମାଣରେ ବୃଦ୍ଧି ପାଇ ଟ.୯୬.୩୨ ରହିଛି । ମୁମ୍ବାଇରେ ଲିଟର୍‌ ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ଯଥାକ୍ରମେ ଟ.୧୧୩.୪୬ ଓ ଟ.୧୦୪.୩୮ ରେ ବିକ୍ରୟ ହେଉଛି ।

ସହିପରି, କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୮.୧୧ ଓ ଡିଜେଲ୍‌ ଲିଟର୍‌ ପିଛା ଟ.୯୯.୪୩ ଥିବା ବେଳେ ଚେନ୍ନାଇରେ ଲିଟର୍‌ ପିଛା ପେଟ୍ରୋଲ୍‌ ଦର ରହିଛି ଟ. ୧୦୪.୫୨ ଏବଂ ଲିଟର୍‌ ପିଛା ଡିଜେଲ୍‌ ଦର ରହିଛି ଟ. ୧୦୦.୦୯ । ପଇସା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଘଟୁଥିବାରୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବଢ଼ି ଚାଲୁଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles