Friday, March 29, 2024

Top 5 This Week

Related Posts

ବାଉଁଶଗଛ ରକ୍ଷଣ ବେକ୍ଷଣରେ ବ୍ୟାପକ ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହଡପ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୪/୧୦) : ବାଉଁଶଗଛ ରକ୍ଷଣ ବେକ୍ଷଣରେ ବ୍ୟାପକ ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ଘଟଣାର ଆଜି ତଦନ୍ତ ଆରମ୍ବ ହୋଇଛି ।

8d4ad50a 20d5 4be1 b5aa 31a5d3b285b6 ବାଉଁଶଗଛ ରକ୍ଷଣ ବେକ୍ଷଣରେ ବ୍ୟାପକ ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହଡପ

ଏହି ଘଟଣାକୁ ଗୁରୁତ୍ତର ନେଇ ରାୟଗଡା ଡିଭିଜନ ଡିଏଫଓ ବିଜୟ କୁମାର ପରିଡା ଜଣେ ଆସିଷ୍ଟାଣ୍ଟ କଞ୍ଜୁରଭେଟର(ଏସିଏଫ)ଙ୍କୁ ଏହାର ପ୍ରକୃତ ତଦନ୍ତ କରିବାକୁ ଦାଯିତ୍ବ ଦେଇଥିଲେ । ବାଉଁଶଗଛ ରକ୍ଷଣ ବେକ୍ଷଣରେ ବ୍ୟାପକ ଦୁର୍ନୀତି କରି ଲକ୍ଷ୍ଯାଧିକ ଟଙ୍କା ହଡପ କରିଥିବା ବନପାଳ ଏହି ତଦନ୍ତ ଖବର ଜାଣିପାରି କେମିତି ଏହି ଘଟଣାକୁ ରଫାଦଫା କରାଯିବ ତାହାର ଉଦ୍ୟମ କରୁଥିଲେ ।

ଏହି ଖବର ଓଡ଼ିଶା ନ୍ୟୁଜ ଚବିଶି ରେ ପ୍ରକାଶ ପାଇବା ପରେ ତରଭରିଆ ଭାବେ ରାୟଗଡା ଏସିଏଫ ଆସିସଷ୍ଟାଣ୍ଟ କଞ୍ଜରଭେଟର ପ୍ରଭାକର ସେନାପତି କଲ୍ୟାଣସିଂହପୁର ବନାଞ୍ଚଳ କାର୍ଯ୍ୟାଳୟ କୁ ଆସିବାପରେ ଏଠାରୁ ଘଟଣାସ୍ଥଳ ନାରିଙ୍ଗତୋଳା ବିଟ୍ରେକୁ ଯାଇ ବାଉଁଶଗଛର ରକ୍ଷଣବେକ୍ଷଣ ସଠିକ ହୋଇଚିକି ନାହିଁ ବୁଲି ଦେଖିଥିଲେ । ଏହି ତଦନ୍ତ ସମୟରେ କଲ୍ୟାଣସିଂହପୁର ବନପାଳ ଦିନବନ୍ଧୁ ଶବର,ଉକ୍ତ ବିଟ୍ରେର ଗାର୍ଡ ସହଦେବ ରାଉତ ସହ ଅନ୍ୟ ଏକ ଗାର୍ଡ ରହିଥିଲେ । ତଦନ୍ତ ଅଧିକାରୀ ସେନାପତିଙ୍କୁ କାଁଭାଁ ବାଉଁଶ ଗଛର ରକ୍ଷଣ ବେକ୍ଷଣ ଓ କ୍ଲାମ୍ପ କରିଥିବା ଜାଗାକୁ ନେଇ ଦେଖାଇଥିଲେ ।

ନମ୍ବରିଙ୍ଗ ହୋଇଥିବା ବାଉଁଶ ଗଛ ଗୁଡିକୁ ବୁଲି ଦେଖିବା ସହ କିଛି କ୍ଲାମ୍ପ କରିଥିବା ବାଉଁଶ ଗଛର ଜିଓଟେକ କରି ଜିପିଏସ ରିଡିଙ୍ଗ ନେଇ ବାଉଁଶ ଗଛର ଫୋଟ ଗୁଡିକ ଉଠାଇ ନେଇଥିଲେ । ତଦନ୍ତ ଅଧିକାରୀ ତଦନ୍ତ କରୁଥିବା ସମୟରେ ଅନେକ ନମ୍ବରିଙ୍ଗ ହୋଇଥିବା ବାଉଁଶ ଗଛ ଓ ବାଉଁଶ ବୁଦା ଗୁଡିକୁ ହଣା ଯାଇଥିବା ଦେଖିଥିଲେ ତଦନ୍ତ ଅଧିକାରୀ ପଚାରିବାରୁ ସାଙ୍ଗରେ ଯାଇଥିବା ବନପାଳ ଓ ଗାର୍ଡ କହିଥିଲେଯେ ଏହି ଅଞ୍ଚଳର ଗାଇ ଘୌଡାଳିମାନେ ଗଛ ଗୁଡିକୁ ହାଣିଦେଇଥିବା କହିଥିଲେ ।

ଏହି ସବୁ ଦୃଶ୍ଯ ଦେଖିବାରୁ ମନରେ ଅନେକ ସନ୍ଧେହ ସୃଷ୍ଟି ହେଉଛି କାରଣ ଟଙ୍କା ହଡପ କରିଥିବା ବନପାଳ ତଦନ୍ତ ହବା ଖବର ଜାଣି ପୁର୍ବରୁ ଯୋଜନା ବଦ୍ଧକରି ସମସ୍ତ ଘଟଣାକୁ ଲୁଚାଇ ଦେବାକୁ ଏଭଳି ବ୍ୟବସ୍ଥା କରି ନାହାନ୍ତି ତ ? ଅନେକ ନମ୍ବରିଙ୍ଗ ହୋଇଥିବା ବାଉଁଶ ଗଛର କ୍ଲାମ୍ପ ହୋଇ ନଥିବାରୁ ଅଧିକାରୀ ପଚାରିବାରୁ ବର୍ଷା ହୋଇ ଫଥରଗୁଡିକ ଖସିଯାଇଥିବା ବାହାନା ଦେଖାଇଥିଲେ ସାଙ୍ଗରେ ଯାଇଥିବା ଅଧିକାରୀ ଓ କର୍ମଚାରୀ ମାନେ ।

ଏହି ସବୁଦୃଶ୍ୟକୁ ଦେଖିଲେ ମନରେ ଅନେକ ସନ୍ଧେହ ସୃଷ୍ଟିହେଉଛି କୁଆଡେ ତଦନ୍ତ ଅଧିକାରୀ ଘଟଣାକୁ ଚପାଇଦେଇ ଅବସରପ୍ରାପ୍ତ ବନପାଳଙ୍କୁ ବଞ୍ଚାଇ ଦେବାକୁ ଚେ଼ଷ୍ଟା କରୁନାହାନ୍ତି ତ । ଏହି ବାଉଁଶ ଗଛର ରକ୍ଷଣ ବେକ୍ଷଣରେ ଲକ୍ଷ୍ଯାଧିକ ଟଙ୍କାର ଦୃର୍ନୀତି ହୋଇଥିବା ତଦନ୍ତ କରୁଥିବା ଅଧିକାରୀ ସେନାପତିଙ୍କୁ ପଚାରିବାରୁ ସେ କହିଲେ ମୁ ଯାଇ ଯାହାଦେଖିକି ଆସିଛି ଏବେ ମୁ କିଛି କହିପାରିବିନି ମଁ ତାକୁ ଷ୍ଟୋଡି(ଅନୁଧ୍ଯାନ) କରିବି ତାହର ମେଫ ଦେଖିବି ଆଉ ବହୁତ କାମ ରହିଛି ତାପରେ କହିବି ବୋଲି ସୂଚନା ଦେଇଛନ୍ତି । ତଦନ୍ତ ଅଧିକାରୀ ଙ୍କ କଥାଶୁଣିବା ପରେ ପ୍ରକୁତ ତଦନ୍ତ କରି ଉପରିସ୍ତ ଅଧିକାରି ଙ୍କୁ ସଠିକ ପ୍ରମାଣ ଦେବେକି ନାହିଁ ତାହା ଆଗକୁ ଦେଖିବାର ବାକି ରହିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles