କରୋନା କଟକଣା ସତ୍ୱେ ଆସନ୍ତା ଜୁଲାଇ ୧୯ ତାରିଖରୁ ପୁଣି ଗଡିବ ‘ମୋ ବସ୍’ ସେବା

0
185

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୬/୦୭) : ଆସନ୍ତା ଜୁଲାଇ ୧୯ ତାରିଖରୁ ପୁଣି ଗଡିବ ‘ମୋ ବସ୍’ ସେବା । କରୋନା କଟକଣା କୁ ରାଜ୍ୟ ସରକାର କୋହଳ କରିବା ସହ ସାରା ରାଜ୍ୟରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଏପରି ସ୍ଥଳେ ରାଜଧାନୀରେ ବସ୍ ସେବା ଆରମ୍ଭ କରିବାକୁ ‘ମୋ ବସ୍’ ପରିଚାଳନା ସଂସ୍ଥା କ୍ରୁଟ୍ ନିଷ୍ପତ୍ତି ନେଇଛି ।

ସୂଚନା ଅନୁଯାୟୀ, କରୋନା କଟକଣା ସତ୍ୱେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ମୋ ବସ୍ ଚଳାଚଳା ହେବ । ହେଲେ ଖୋର୍ଦ୍ଧା, କଟକ ଜିଲ୍ଲା ବି କ୍ୟାଟଗୋରୀ ଜିଲ୍ଲାରେ ଯାଉଥିବାରୁ ଶନିବାର, ରବିବାର ବସ୍ ସେବା ବନ୍ଦ ରହିବ । ହେଲେ ଶନିବାର ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍ ସେବା ମିଳିବ ।

ଭୁବନେଶ୍ୱରରେ ଶନିବାର ରବିବାର ସଟ୍ଡାଉନ୍ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ଭୁବନେଶ୍ୱରେ ଦୋକାନ ବଜାର ବନ୍ଦ ରହିବ । ଏହି ସମୟ ମଧ୍ୟରେ କ୍ରୁଟ୍ ପକ୍ଷରୁ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନଙ୍କ ପାଇଁ ସଟଲ ସେବା ଜାରି ରହିବ ବୋଲି କୁହାଯାଇଛି । ତେବେ ୧୯ ତାରିଖରୁ କେତୋଟି ରୁଟ୍ରେ ବସ୍ ଗଡ଼ବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଖୁବ୍ଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।