ଆୟପ୍ପା ଦୀକ୍ଷା ର ଗୁରୁ ସ୍ୱାମୀ ମୀନା ରାଓ ଙ୍କ ଦେହାନ୍ତ

0
293

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୬/୧୦) : କାଶୀନଗର ତଥା ଆଖପାଖ ଅଞ୍ଚଳ ରେ ନିଜକୁ ମୀନା ରାଓ ଆୟପ୍ପା ଦୀକ୍ଷା ର ଗୁରୁ ସ୍ୱାମୀ ଭାବେ ପରିଚିତ ଶ୍ରୀ ଚିପୁରୁ ମୀନା ରାଓ ଙ୍କ ଆଜି ପରଲୋକ ହୋଇଯାଇଛି ।

ସେ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ରେ ପିଅନ ଭାବେ ଚାକିରି କରି ଅବସର ନେଇଥିଲେ । ସେ ଆୟପ୍ପା ଦୀକ୍ଷା ରେ ଦୀକ୍ଷିତ ହେଉଥିବା ବ୍ୟକ୍ତି ଙ୍କୁ ଦୀକ୍ଷିତ କରୁ ଥିଲେ । ସେ ବହୁ ଭକ୍ତ ଙ୍କୁ ତିଆରି କରିଥିଲେ । ପବିତ୍ର କାର୍ତ୍ତିକ ମାସ ରେ ତାଙ୍କ ଦେହାନ୍ତ ହୋଇଯାଇଛି । ହୃଦଘାତ ହୋଇ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଏହି ଖବର ପ୍ରଚାର ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଭକ୍ତ ମାନେ ଶେଷ ଦର୍ଶନ କରିଥିଲେ ।