Friday, March 29, 2024

Top 5 This Week

Related Posts

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ନେଇ ଉତ୍ତେଜନା ପୋଲିସ ତଦନ୍ତ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୭/୧୦) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦେବନ୍ଧ ପଡା ରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ନେଇ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଉତ୍ତେଜନା-ମୟ ପରିସ୍ଥିତି ସୃଷ୍ଟି ହୋଇଛି ।WhatsApp Image 2021 10 27 at 9.14.27 AM 1 ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ନେଇ ଉତ୍ତେଜନା ପୋଲିସ ତଦନ୍ତ ଆରମ୍ଭ

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ଉକ୍ତ ଦେବନ୍ଧ ପଡା ନିବାସୀ ପୂର୍ଣ୍ଣମୀ ସିନ୍ଦରିୟା ଙ୍କ କହିବାନୁଯାୟୀ ବଜାର କୁ ଯାଇ ସେ ଫେରି ଥିବା ବେଳେ ତାଙ୍କ ପୁଅ ସଞ୍ଜୟ ସିନ୍ଦରିୟା (ବ-୨୬) ସନ୍ଦେହ ଜନକ ଅବସ୍ଥାରେ ବେକ ରେ ଫାଶୀ ଲାଗି ଝୁଲନ୍ତା ଅବସ୍ଥାରେ ଥିବା ଜାଣି ଦେଖିଥିଲେ । ମୃତ ସଞ୍ଜୟ ଦିନ ପ୍ରାୟ ୧ ଟା ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ରହିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।

ଉକ୍ତ ମୃତ ସଞ୍ଜୟ ଙ୍କୁ ନିକଟସ୍ଥ ସୁଶୀଲ ତ୍ରିପାଠୀ ନାମକ ଜଣେ ସ୍ୱେଚ୍ଛାସେବୀ ମଧ୍ୟ ତାଙ୍କୁ ଦେଖିଥିବା ଓ ପ୍ରତିଦିନ ପରି କଥା ହୋଇ ଚାଲି ଯାଇଥିଲେ ବୋଲି କହିଛନ୍ତି । ଅପରାହ୍ନ ପ୍ରାୟ ୪ ଟା ସମୟରେ ବଜାର କୁ ଯାଇ ଫେରି ମୃତକ ଙ୍କ ମାଆ ଦେଖିଥିଲେ ଓ ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ । ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଯୁବକ ଙ୍କ ପରିପାର୍ଶ୍ଵିକ ସ୍ଥିତି କ୍ରମେ ଝୁଲନ୍ତା ଶବ ଉକ୍ତ ଅବସ୍ଥାରେ ରହିବା ଓ ଆଇନ ଅନୁଯାୟୀ ସବିଶେଷ ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଥିଲେ । ହେଲେ ଉକ୍ତ ଅଞ୍ଚଳ ର ଲୋକେ ଶବ କୁ ଫାଶ ରୁ ଖୋଲି ଦେଇ ଶବ ଅନ୍ୟତ୍ର ନେଇ ଯିବାକୁ କହିଥିଲେ । ଏ ନେଇ ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକ ଙ୍କ ସହ ଆଲୋଚନା କରି ଉକ୍ତ ସ୍ଥଳରେ ପୋଲିସ ମୁତୟନ କରି ରଖାଯାଇଛି ।

ତେବେ ଉକ୍ତ ମୃତ ଯୁବକ ଆତ୍ମହତ୍ୟା କରିଛନ୍ତି ନାଁ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ପରେ ସୂଚନା ଦେବେ ବୋଲି ପୋଲିସ କହିଛି । ମୃତ ସଞ୍ଜୟ ଙ୍କ ବାପା ଦୀର୍ଘ ବର୍ଷ ହେବ ନିଖୋଜ ଥିବା ବେଳେ ଏହି ଏକ ମାତ୍ର ପୁଅ ସହ ସେ ରହୁଥିଲେ । ଏ ସବିଶେଷ ତଦନ୍ତ କରିବା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Popular Articles