ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀଙ୍କ ଦ୍ୱାରା ଆରସେଟିର ତାଲିମ ଉଦଯାପିତ

0
271

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୨୭/୧୦) : ତା ୨୫/୧୦/୨୦୨୧ ଦିନ ଷ୍ଟେଟ ବ୍ୟାଙ୍କ ଆରସେଟି ଅନୁକୁଲ୍ୟରେ ଆୟୋଜିତ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଦାହିମାଳ ଗ୍ରାମରେ ୧୦ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀ ଆଇ.ଏଫ.ଏସ ଶ୍ରୀ ନୀତିଶ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |

ଆମ ଜଙ୍ଗଲ ଯୋଜନା ବିଷୟରେ ଅବଗତ କରାଇ ଛତୁ ଚାଷ ତଥା ଅନ୍ୟାନ୍ୟ ତାଲିମ ମାଧ୍ୟମରେ ରୋଜଗାର ବୃଦ୍ଧି କରିବା ପାଇଁ ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀ ଦିଗଦର୍ଶନ ଦେଇଥିଲେ | ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ତାଳିମ ଗ୍ରହୀତା ମାନଙ୍କୁ ତାଲିମ କାର୍ଯ୍ୟକ୍ରମର ସଦ ବିନିଯୋଗ ପାଇଁ ଉପଦେଶ ଦେଇଥିଲେ | ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ ତାଲିମ ଗ୍ରହୀତା ମାନଙ୍କ ରୋଜଗାର ବୃଦ୍ଧି ତଥା ଚଳଣି ସ୍ତରର ଉନ୍ନତି କାମନା କରିଥିଲେ | ଆମ ଜଙ୍ଗଲ ଯୋଜନାର ଶ୍ରୀ ଡାନିଏଲ ସୁନା ସମ୍ପୁର୍ଣ୍ଣ ତାଲିମ କାର୍ଯ୍ୟକ୍ରମର ଗୁଣାତ୍ମକ ମାନ ଉପରେ ଭୁୟସୀ ପ୍ରଶଂସା କରିଥିଲେ |

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଗଣ ଶ୍ରୀ କେଶବ କିଶୋର ନାଏକ ବନାଞ୍ଚଳ ଅଧିକାରୀ, ବଲାଙ୍ଗୀର, ବନପାଳ ଶ୍ରୀ ଜେନା ରାଉତ, ବନରକ୍ଷୀ ଶ୍ରୀ ସଞ୍ଜୟ ନନ୍ଦ, ସଂଯୁକ୍ତାରାଣୀ ସାହୁ ତଥା ଏ.ଯେ.ୱାଇ ର ରମଣୀ ରଞ୍ଜନ ବରାଡ଼ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଡାହିମାଳ ଓ ମହୀମୁଣ୍ଡା ଗ୍ରାମର ସ୍ୱୟଂ ସହାୟକ ଦଳର ସଦସ୍ୟ ମାନେ ଭାଗ ନେଇଥିଲେ |