Friday, March 29, 2024

Top 5 This Week

Related Posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା,ତା.(୨୬/୧୦) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ତା. ୨୬/୧୦/୨୦୨୧ ରିଖ ଠାରୁ ଆସନ୍ତା ତା. ୦୧/୧୧/୨୦୨୧ ରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ କର୍ମଚାରୀଙ୍କ ମଧ୍ୟରେ ଶପଥ ପାଠ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରି ସମସ୍ତ ପଦାଧୀକାରୀ, କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇବା ସହ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲ୍ଲାପାଳ ନାରାୟଣ ମିଶ୍ର, ସହକାରୀ ଜିଲ୍ଲାପାଳ (ରାଜସ୍ୱ) ଦିବାକର ପାତ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧୃବରାଜ ନାୟକ, କ୍ରୀଡା ଅଧିକାରୀ ଶେଖ ଅଲନୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞାସେନୀ ବେହେରା, ଅଫିସ୍ ସୁପରିଟେଣ୍ଡଣ୍ଟ ବୁସିଗ୍ରାମ ଶବର, ବିଭିନ୍ନ ସେକ୍ସନର ସେକ୍ସନ ଅଫିସର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Popular Articles