ଡଙ୍ଗରିଆ ଅଞ୍ଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

0
200

 ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
“ଆସନ୍ତା ତିନି ମାସ ମଧ୍ୟରେ ୯୯ ଗ୍ରାମର ୧୦୧୯୦ ଜଣଙ୍କୁ ସେବା ଯୋଗାଇବା ନେଇ ଲକ୍ଷ୍ୟ”
ରାୟଗଡ଼,(୧୬/୭) : ରାୟଗଡ଼ ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତର ଖଜୁରୀ ଗାଁ ଓ କାଡ୍ରାଗୁମା ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆ ଙ୍କ ଚକ୍ଷୁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ର ପ୍ରଚାର ଓ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି ।a823e53c 7574 4914 b3d2 9f961076c432 ଡଙ୍ଗରିଆ ଅଞ୍ଚଳରେ ଆଦିବାସୀଙ୍କ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଭାରତ ସରକାରଙ୍କ ଜନ ଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜିବୀକା ବିକାଶ କାର୍ଯ୍ୟକ୍ରମ (ଓ.ପି.ଲି.ପି) ଓ ଏଲ୍‍.ଭି.ପ୍ରସାଦ ଚକ୍ଷୁସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଚାଟିକଣା ଓ ପାର୍ସାଲିର ୮୭ ଗ୍ରାମର ୨୬୦୦ ପରିବାରର ୧୦୧୯୦ ଲୋକଙ୍କୁ ତିନି ମାସ ମଧ୍ୟରେ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ର ପ୍ରଚାର କରାଯିବ ଏବଂ ଚଷମା ପ୍ରଦାନ କରାଯିବ । ଏଥି ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‍.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓ.ପି.ଲି.ପିର ଆଦି ତିନୋଟି ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ଏହି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡି.ଏ, ରାୟଗଡ଼ ଶ୍ରୀ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା, ଡି.କେ.ଡ଼ି.ଏର ସ୍ୱନ୍ତ୍ରର ଅଧିକାରୀ ଶ୍ରୀ ମଦନ ମୋହନ ଦଳବେହେରା, ଏଲ୍‍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଅପଟ୍ରିମିଷ୍ଟ୍‍ ଦେବାନନ୍ଦ ପାଢୀ, ଓ.ପି.ଲି.ପିର ସୁଦର୍ଶନ ପାଢୀ ଏବଂ କୁର୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିଗାଁ ଓ କାଡ୍ରାଗୁମାର ଗ୍ରାମବାସୀ ଉପସ୍ଥିତ ଥିଲେ ।