କ୍ରସର ଓ ପଥର କୁଆରି ପାଇଁ ପ୍ରଶାସନ ଏବଂ ଗ୍ରାମବାସୀ ମୁହାଁ ମୁହିଁ

0
303

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୬/୦୭) : ବୌଦ୍ଧ ଜିଲ୍ଲାରେ ବେଧଡକରେ ଚାଲିଥିବା କ୍ରସର ଓ ପଥର କୁଆରି ଲାଗି ଜିଲ୍ଲା ପ୍ରଶାସନ ସହିତ ଗ୍ରାମ ବାସୀଙ୍କ ମାଧ୍ୟ୍ୟରେ ମୁହାଁ ମୁହିଁ ହୋଇଥିବାର ଦେଖିବାକୁ ମିଳିଛି |

ସୂଚନାନୁଯାଇ ହରଭଙ୍ଗା ବ୍ଲକ ଖରଭୁଇଁ, ବାଇଶି ପଡ଼ା ଅଂଚଳରେ ଦୀର୍ଘଦିନ ଧରି ଏହି କାମଗୁଡିକ ଚାଲିଆସୁଥିବାରୁ ଚାଷ ଜମି ନଷ୍ଟ ଓ ପରିବେଶ ପ୍ରଦୂଷଣ ଏହି ଅଞ୍ଚଳରେ ଲାଗିରହିଛି | ତେଣୁ ଆଜି ଖରଭୁଇଁ ଗ୍ରାମ୍ୟ କମିଟି ସହ ୯ ଜୋନର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅବକାଶ ସାହୁ ଓ ଜିଲ୍ଲା ପ୍ରଶାସନ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ଅତିରିକ୍ତ ତାଜସିଲଦାର, ସରପଞ୍ଚ ଛାତ୍ରଙ୍ଗ ଙ୍କ ସହ ଉପସ୍ଥିତ ରହି ଗ୍ରାମରେ କ୍ରସର ଏବଂ ପଥର କ୍ୱାରୀ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ହେଲା |

ମାତ୍ର ଲୋକେ ନିଜ ଜିଦ ରେ କ୍ରୋସର ହୋଟେଇବା ପାଇଁ ଏବଂ ଗ୍ରାମର ଚାଷ ବାସ ଜୀବନ ଜୀବିକା ଏବଂ ପରିବେଶର ସୁରକ୍ଷା ଦୃଷ୍ଟିରୁ କ୍ରୋସର ହଟାଇବା ଜିଦରେ ଅଟଳ ରହିଲେ ପରିଶେଷରେ ଗ୍ରାମବାସୀଙ୍କୁ କ୍ରୋସର ପରିଚାଳନା -ପଥର କ୍ୱାରୀ ପରିଚାଳନା ଏବଂ ବ୍ଲାଷ୍ଟିଂ ଜନିତ ଆଇନ ର ଓଡ଼ିଆ କପି ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ପ୍ରଦାନ ପାଇଁ ସହମତି ପ୍ରଦାନ କରିଥିଲା | ଆଇନର ଓଡ଼ିଆ ଅନୁବାଦ ପାଇଲା ପରେ ଗ୍ରାମ୍ୟ କମିଟି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତି ହେଲା |