Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : ଅଦ୍ୟ ତା ୨୮/୧୦/୨୦୨୧ ରିଖ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ତୃତୀୟ ଦିନରେ ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଗ୍ରାମସଭା ଏବଂ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 10 29 at 7.56.05 AM ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ସଂଯୋଜନା ରେ ଅନୁଷ୍ଠିତ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ ଇନିସପେକ୍ଟର ପୁଲସ୍ତି ଛତ୍ରିଆ,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଲଳିତ ମୋହନ ଥାଟି,ନେହେରୁ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅଂଶୁମାନ ମହାକୁଡ,ମାଷ୍ଟର ବୁକ କିପର ରିତାଞ୍ଜଳୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ,ଗ୍ରାମ ରୋଜଗାର ସେବକ ଶ୍ରୀନିବାସ ଶତପଥୀ ଯୋଗଦେଇଥିଲେ । ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥି ଦୁର୍ନୀତି ନିବାରଣ ସଂପର୍କରେ ବାମଣ୍ଡା ଗ୍ରାମବାସୀ ଓ ମହିଳା ମାନଙ୍କୁ ସଚେତନ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଛତ୍ରିଆ ନିଜ ଅଭିଭାଷଣ ରେ ଲୋକଙ୍କ ମନରେ ସଚେତନତା ବାର୍ତ୍ତାର ପ୍ରଚାର ହେଲେ ଯାଇ ଦୁର୍ନୀତି ହଟିବ ବୋଲି ପ୍ରକାଶ କରିଥିଲେ । ଶେଷରେ ବ୍ଲକ ସମାଜିକ ସମୀକ୍ଷକ ବଂଶୀଧର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ବନ୍ଧାପଥର,ଯୁଗିଭୁଗରା ଓ ଆମ୍ବଝରୀଠାରେ ଅନୁଷ୍ଠିତ ଗ୍ରାମସଭାରେ ଦୁର୍ନୀତି ନିର୍ବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଇନିସପେକ୍ଟର ପୁଲସ୍ତି ଛତ୍ରିଆ ଓ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ରମାକାନ୍ତ ପ୍ରଧାନ,ନେହେରୁ ଯୁବ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଅଂଶୁମାନ ମହାକୁଳ,ବନ୍ଧାପଥର ଗ୍ରାମ ରୋଜଗାର ସେବକ ବିଭୁତି ଭୂଷଣ ମିଶ୍ର, ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୂରେଇ ସାମୁହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଲେ ଦୁର୍ନୀତି ନିବାରଣ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଉଭୟ ବାମଣ୍ଡା ଓ ବନ୍ଧାପଥର ଗ୍ରାମରେ ସମସ୍ତ ଗ୍ରାମବାସୀ,ଉପସ୍ଥିତ ମହିଳା ଏବଂ ଅତିଥିମାନେ ଦୁର୍ନୀତି ନିବାରଣ ସଂପର୍କିତ ଶପଥ ପାଠ କରିବା ସହ ଲାଞ୍ଚ ଦିଅନ୍ତୁ ନାହିଁ ଲାଞ୍ଚ ନିଅନ୍ତୁ ନାହିଁ ,ଦୁର୍ନୀତି ହଟାଓ ଦେଶ ବଞ୍ଚାଅ ସ୍ଲୋଗାନ ଦେଇଥିଲେ । ଶେଷରେ ଯୋଗାଣ ସହାୟକ ବିଶ୍ୱମନ୍ଦିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles