କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ପାଇଁ ଶିକ୍ଷାବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁକ୍ତା ସାହୁ

0
154

ରିପୋର୍ଟ : ନିରଞ୍ଜନ ତ୍ରିପାଠୀ
ବରଗଡ଼,ପଦ୍ମପୁର,(୧୭/୦୭) : ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ସଠିକ ସାଧନ ନଥିବାରୁ ଅନେକ ଛାତ୍ର ଛାତ୍ରୀ ଅନ୍ୟତ୍ର ଯାଇ ପାଠ ପଢୁଛନ୍ତି | କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ପାଇଁ ଶିକ୍ଷାବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁକ୍ତା ସାହୁ|WhatsApp Image 2021 07 17 at 8.59.13 AM କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ପାଇଁ ଶିକ୍ଷାବିଭାଗର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁକ୍ତା ସାହୁ

ଅନେକ ଆଶା ଓ ଆକାଂକ୍ଷା କୁ ପାଥେୟ କରି ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ପଦ୍ମପୁର ଅଞ୍ଚଳରେ ଉଚ୍ଚ ଶିକ୍ଷା ର ବିକାଶ ଦିଗରେ ଧ୍ୟାନ ଦେଇ ଶିକ୍ଷାବିଭାଗର କେନ୍ଦ୍ରମନ୍ତ୍ରୀ ମାନ୍ୟବର ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପଦ୍ମପୁର ଅଞ୍ଚଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପତ୍ରସଂଖ୍ୟା-୨୧୨୫ ତାରିଖ-୧୪.୦୭.୨୧ରେ ଅନୁରୋଧ ପୂର୍ବକ ଏକ ପତ୍ର ପ୍ରେରଣ କରିଛନ୍ତି l

ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ହେଲେ ଉଚ୍ଚ ଶିକ୍ଷା ର ବିକାଶ ହେବ ବୋଲି ଅନେକେ ବୁଦ୍ଧିଜୀବୀ ମାନଙ୍କ ଠାରୁ ପ୍ରକାଶ | ଶ୍ରୀମତୀ ସାହୁ ଙ୍କ ଏଭଳି ମହତ କାର୍ଯ୍ୟକୁ ପଦ୍ମପୁର ଅଞ୍ଚଳ ଜନସାଧାରଣ ଭୂରି ଭୂରି ପ୍ରଶଂସା କରୁଛନ୍ତି l