Friday, March 29, 2024

Top 5 This Week

Related Posts

କୋଟପାଡ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋଟପାଡ, କୋରାପୁଟ,(୩୦/୧୦) : ରାଜ୍ୟ କନିଷ୍ଠ ଶିକ୍ଷକ ସଂଘ ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛନ୍ତି l କୋଟପାଡ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି | ଦୁଃଖ ଓ ପରିତାପର ଵିଷୟ ଏହିକି ଯେ ଇତି ମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରି ନାହାଁନ୍ତି l273c48e4 2979 47b3 966f 56bb911b2bda କୋଟପାଡ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢୁ ଥିବା ବେଳେ ମାସିକ ୬୫୧୨ ଟଙ୍କା ରେ ଜଣେ ଶିକ୍ଷକ କିପରି ବଂଚିତ ? ସରକlର ଜଣେ ଅଣ କୁଶଳୀ ଶ୍ରମିକ ର ପାରିଶ୍ରମିକ ୩୧୧ ଟଙ୍କା ଧାର୍ଯ୍ୟ କରୁଥିବା ବେଳେ ଜଣେ ଶିକ୍ଷକ କୁ ଦୈନିକ ପାରିଶ୍ରମିକ ୨୧୭ ଟଙ୍କା ଦେବା କେତେ ଯୁକ୍ତି ଯୁକ୍ତ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି l ଦରମା ବୃଦ୍ଧି କୁ ନେଇ ମିଥ୍ୟା ପ୍ରତିଶୃତି ସରକାର ବାରମ୍ବାର ଦେଉଛନ୍ତି l ଶନିବାର ଦିନ କୋଟପାଡ କନିଷ୍ଠ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ମlଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l7de0aa70 e237 49f2 8e3d 922f32130481 କୋଟପାଡ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ପ୍ରକାଶ ଥାଉକି ଗତ ୧୧/୧୦/୨୧ ଦିନ କ୍ୟାବିନେଟ ବୈଠକରେ ରାଜ୍ୟରେ ଚୁକ୍ତି ଭିତିକ ନିଯୁକ୍ତି ଉଛେଦ କରି ଥିଲେ କିନ୍ତୁ ଓଡ଼ିଶା – ଗ (ଚୁକ୍ତିନାମା ନିୟମ) ଅନୁସାରେ ୧୬୦୦୦ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଏଥିରୁ ବାଦ ପଡ଼ୁଛନ୍ତି l ବର୍ଦ୍ଧିତ ଦରଦାମ ସାଙ୍ଗକୁ ସ୍ୱଳ୍ପ ଦରମା ଶିକ୍ଷକମାନଙ୍କୁ ମାନସିକ ଚାପ ଗ୍ରସ୍ତ କରୁଛି l

ତେଣୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ନିଜ ର ଦାବି ସରକାର ଙ୍କ ପାଖରେ ପହଞ୍ଚିବା ସହ ଦରମା ବୃଦ୍ଧି ଦିଗରେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ସଂଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles