ରାଜ୍ୟ ଓଏଏସ୍‌ ସ୍ତରରେ ଅଦଳ ବଦଳ : ନବରଙ୍ଗପୁର ର ନୂଆ ଜିଲ୍ଲାପାଳ ହେଲେ କମଲ ଲୋଚନ

0
304

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୧/୧୦) : ରାଜ୍ୟ ଓଏଏସ୍‌ ସ୍ତରରେ ଶନିବାର ଅଦଳ ବଦଳ କରିଛନ୍ତି ସରକାର । ବରିଷ୍ଠ ଓଏଏସ୍‌ କମଲ ଲୋଚନ ମିଶ୍ର ନବରଙ୍ଗପୁରର ନୂଆଁ ଜିଲ୍ଲାପାଳ ହୋଇଛନ୍ତି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତରିକ୍ତ ସଚିବ ଭାବେ ବଦଳି ହୋଇଛି ।

ରାଜ୍ୟ ଓଏଏସ୍‌ ସ୍ତରରେ ଅଦଳ ବଦଳ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‌ଏସ୍‌ଇପିଡି) ବିଭାଗର ଯୁଗ୍ମ ସଚିବ ଜଦୁମଣୀ ମହଲାଙ୍କ ବଦଳି କେନ୍ଦୁଝର ଜିଲ୍ଲାର ଏଡିଏମ୍‌ ଭାବେ ହୋଇଛି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଚିବ ସୋନିଆ ବେହେରାଙ୍କୁ ଏସ୍‌ଏସ୍‌ଇପିଡି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି ।

ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ କେନ୍ଦ୍ରାପଡ଼ାର ଏଡିଏମ୍‌ ହୋଇଛନ୍ତି । ଢେଙ୍କାନାଳର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରବି ନାରାୟଣ ତ୍ରିପାଠୀଙ୍କୁ ରାୟଗଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ନୂଆ ନିଯୁକ୍ତି ମିଳିଛି । ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କ ବଦଳି ଢେଙ୍କାନାଳର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ହୋଇଛି । ଡେଲାଙ୍ଗର ପୂର୍ବତନ ବିଡିଓ କ୍ଷୀରୋଦ ପ୍ରଧାନଙ୍କ ବଦଳି ସାଧାରଣ ପ୍ରଶାସନ ବିଭାଗକୁ ହୋଇଛି । ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କ ବଦଳି ଭଦ୍ରକ ଉପଜିଲ୍ଲାପାଳ ଭାବେ ହୋଇଛି ।