Friday, March 29, 2024

Top 5 This Week

Related Posts

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି କୁ ମୋ-ସ୍କୁଲ ରେ ସାମିଲ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୩୦/୧୦) : ଆଜି ସକାଳ ୧୦ ଘଣ୍ଟା ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।aeac6e7c cf54 4aa5 8d03 11e8bcbc9d2c ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି କୁ ମୋ-ସ୍କୁଲ ରେ ସାମିଲ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ବୃନ୍ଦ, ପୁରାତନ ଛାତ୍ର ଛାତ୍ରୀ ଓ ମନୁପାଲି ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବଘାର, ଖଲିଆପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ମୁଦୁଲି, ପଞ୍ଚାୟତ ସମିତି ବୌଦ୍ଧ ର କନିଷ୍ଠ ଯନ୍ତ୍ରୀ ଶ୍ରୀଯୁକ୍ତ ବିଜୟ କୁମାର ପାଢୀ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଲଳିତ ମୋହନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୋ ସ୍କୁଲ ଅଭିଯାନ ବିଷୟ ରେ କିଛି ଆଲୋଚନା କରାଯାଇଥିଲା ।

ତା ସହିତ ଉକ୍ତ ବିଦ୍ୟାଳୟକୁ ସରକାର 5T ରେ ଅନ୍ତର୍ଭୁକ୍ତ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂଚନା ଦେବାପରେ, ସମସ୍ତ ଶିକ୍ଷକ,ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଥିଲା । ଏହା ସହିତ ଖଲିଆପାଲି ,ମନୁପାଲି ଉଭୟ ଗ୍ରାମପଞ୍ଚାୟତ ଏକ ମାତ୍ର ଉଚ୍ଚ ବିଦ୍ୟାଳୟ ହୋଇଥିବା ରୁ ଉଭୟ ପଞ୍ଚାୟତର ଜନସାଧାରଣ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles