Thursday, March 28, 2024

Top 5 This Week

Related Posts

କାୟାକଳ୍ପ ଆୱାର୍ଡ ଦୌଡ଼ରେ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର

ରିପୋର୍ଟ : ରୁଦ୍ର ନାରାୟଣ ହୋତା
କୁନ୍ଦୁରା,କୋରାପୁଟ,(୦୧/୧୧) : କାୟାକଳ୍ପ ଆୱାର୍ଡ ଦୌଡ଼ରେ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର l  କାୟାକଳ୍ପ ଆୱାର୍ଡ ନିମନ୍ତେ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ପରିବେଶ ସୌନ୍ଦର୍ଯ୍ୟ କରଣ ଚାଲିଛି lକାୟାକଳ୍ପ ଆୱାର୍ଡ ଦୌଡ଼ରେ

କାୟାକଳ୍ପ ଆୱାର୍ଡ ଦୌଡ଼ରେ ସଫଳ ହେବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କାନ୍ଥରେ କିପରି ସୁସ୍ଥ ରହିବା ଏବଂ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କୁ ନେଇ ବିଭିନ୍ନ ଚିତ୍ର ଅଙ୍କନ କରୁଥିବା ଦେଖିବାକୁ ମିଳିଛି l ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମେଡିକାଲ ଇନଚାର୍ଜ ଡାକ୍ତର ଶୁଭ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି l

ସୂଚନା ଥାଉ କି କାୟକଳ୍ପ ଆୱାର୍ଡ ପାଇଁ ସେବା, ବ୍ୟବହାର, ସ୍ୱଚ୍ଛତା, ପରିବେଶ, ମେଡିକାଲ ପରିଚାଳନା ପ୍ରଭୃତି ୨୫ ଟି ବିଷୟକୁ ଆଧାର କରି ଏହି ଆୱାର୍ଡ ମିଳିଥାଏ ।

Popular Articles