ପ୍ରବାସୀ ଓଡିଶା ବାସୀ ଙ୍କ ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡ ରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ

0
187

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୧୧) : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଆଜି ପ୍ରବାସୀ ଓଡିଶା ବାସୀ ଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପ୍ରବାସୀ ଓଡିଶା ବାସୀ ଆଜି ଦିଲ୍ଲୀସ୍ଥିତ ପଟେଲ ଛକଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନୀରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ପ୍ରବାଶୀ ଓଡିଆ ଯୋଗ ଦେଇଥିଲେ ।

ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କର ସବୁପ୍ରକାର ଅପରାଧିକ କାର୍ଯ୍ୟ, ରାଜନୈତିକ ଭାବେ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କେଳେଙ୍କାରୀର ସମସ୍ତ ପ୍ରମାଣ ଓ ତଥ୍ୟ ମମିତା ମେହେର ଜାଣି ପାରିଥିଲେ ଏବଂ ଏହାର ବିରୋଧ କରି ଆସୁଥିଲେ ଓ ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ସମ୍ଭାବନା ଆଶଙ୍କା ଥିଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁଙ୍କ ସହିତ ଷଡଯନ୍ତ୍ର ରଚନା କରିଥିଲେ ।

ଗୃହ ବିଭାଗ ଅଧିନରେ ଥିବା ପୋଲିସ ନିଜ ବିଭାଗର ମୁଖିଆଙ୍କୁ କିପରି ଜେରା କରିବା ସହ ତଦନ୍ତ ପରିସର ଭୁକ୍ତ କରିବ ? ମନ୍ତ୍ରୀ ପଦରେ ରହି ଶ୍ରୀ ଦିବ୍ୟଶଂକର ମିଶ୍ର ଏଭଳି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତକୁ ସମ୍ପୂର୍ଣ୍ଣ ପ୍ରଭାବିତ କରୁଛନ୍ତି । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଘଟଣାର ତଦନ୍ତ ଭାର ସିବିଆଇକୁ ନ୍ୟାସ୍ତ କରାଯାଉ ବୋଲି ଡ.ପାତ୍ର ଦାବୀ କରିଛନ୍ତି ।