ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ଙ୍କ ୯୫ ବର୍ଷ ରେ ପରଲୋକ

0
229

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୬/୭) : ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ଅଂଚଳରେ ପରିଚିତ ଥିବା ବେଲାରାଣି ବୋଷ୍ ଙ୍କ (୯୫) ବର୍ଷ ରେ ପରୋଲକ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।WhatsApp Image 2021 07 17 at 11.58.58 AM ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ଙ୍କ ୯୫ ବର୍ଷ ରେ ପରଲୋକ

ସେ ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ୧୯୬୦ ମସିହାରେ ପ୍ରଥମେ ନର୍ସ ଭାବେ ଚାକିରୀ ପାଇ ବ୍ଲକର ଧଳପୁର,ତୁକୁଲୁଣ୍ଡା,ଆଡେଣିଗଡ ଏପରିକି ବାଉଁଶୁଣି ଭଳି ଉପାନ୍ତ ଅଂଚଳରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ରହି ନିଜର କାଯ୍ୟ କରିଆସୁଥିଲେ ।

ସେ ଜଣେ ଭଲ ଗାଇନିଂ ନର୍ସ ଭାବେ କାର୍ଯ୍ୟ କରି ହଜାର ହଜାର୍ ଶିଶୁ ମାନଙ୍କୁ ଉତମସେବା ଦେଇ ଜନ୍ମଲାଭ କରିଥିବାରୁ ତାଙ୍କୁ ବ୍ଲକ ବେଲାରାଣି ନର୍ସ ଭାବେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ପ୍ରିୟ ବନ୍ଧୁ ବାନ୍ଧବ ଶେଷ ଦର୍ଶନପାଇଁ ପହଂଚିଥିଲେ । ବାଧ୍ୟକ୍ୟ ହେତୁ ଘରେ ଶଯ୍ୟାଶାୟୀ ଥିଲେ ।

ତାଙ୍କର ଦ୍ଵିତୀୟ ପୁତ୍ର ଗୋକୁଳ ବୋସ୍ ମୁଖାଗ୍ନି ଦେଇଥିବାବେଳେ ମୃତ୍ୟୁ ବେଳକୁ ପାଖରେ ପୁଅ ବିଭୁଦତ ବୋଷ୍ ,ପୁଅ,ଝିଅ,ନାତିନାତୁଣୀ ସମସ୍ଥେ ଉପସ୍ଥିତ ଥିଲେ ।