Thursday, March 28, 2024

Top 5 This Week

Related Posts

ତିନି ଦିନିଆ ଯୁବ ରେଡ଼କ୍ରସ ଶିବିର ଉଦଯାପିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୨/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ମା ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଯୁବ ରେଡ଼କ୍ରସ ଶିବିର ଆଜି ଉଦଯାପିତ ହୋଇଯାଇଛି |d103f822 d0a2 4557 ad53 efb5f94630b7 ତିନି ଦିନିଆ ଯୁବ ରେଡ଼କ୍ରସ ଶିବିର ଉଦଯାପିତ

ଅଧ୍ୟକ୍ଷ ମନୋଜ କୁମାର ପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସେବବ୍ରତୀ ହେବା ପାଇଁ ଆହ୍ୱାନ ଜଣାଇଥିଲେ | ଏହି ତିନି ଦିନିଆ ଯୁବ ରେଡ଼କ୍ରସ ଶିବିର କାର୍ଯ୍ୟକ୍ରମରେ ୨୦ଜଣ ଛାତ୍ର ଛାତ୍ରୀ ଓ ୫ଜଣ କାଉଁସିଲର ବୌଦ୍ଧ ପଂଚାୟତ କଲେଜ,ବୌଦ୍ଧ ମହିଳା ମହାବିଦ୍ୟାଳୟ, ପୁରୁଣାକଟକ ଡିଗ୍ରୀ ମହାବିଦ୍ୟାଳୟ, ପୁରୁଣା କଟକ କନିଷ୍ଠ ମହାବିଦ୍ୟାଳୟ, ହରଭଙ୍ଗା ଆଞ୍ଚଳିକ ପଂଚାୟତ କଲେଜ ରୁ ଆସି ଯୋଗ ଦେଇଥିଲେ |922a2e60 2e14 4f76 8c18 f3a4dba8cfc6 ତିନି ଦିନିଆ ଯୁବ ରେଡ଼କ୍ରସ ଶିବିର ଉଦଯାପିତ

ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମ ରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣିଆ, ଅଧ୍ୟାପକ ସୁରେଶ୍ୱର ଯୋଶୀ, ଲୋକ କଳା ବିକାଶ ସରସରା ର ଦୁଇଜଣ ସ୍ବେଛାସେବୀ ସୁପ୍ରିୟା ଦେହୁରୀ, ପ୍ରତାପ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା କାଉଁସିଲର ସଦାଶିବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ |

କାର୍ଯ୍ୟକ୍ରମ ଶେଷରେ ଶିବିରାର୍ଥୀଙ୍କୁ ପ୍ରଶଂସା ପତ୍ର ଦିଆଯିବା ସହ ବିଭିନ୍ନ ଦିନରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ, ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିବାର ସୂଚନା ଦେଇଛନ୍ତି ଅଧ୍ୟକ୍ଷ ମନୋଜ ପାଠୀ, ମହାବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ଶିବିର ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ଚାରିଛକ ର ଅଗ୍ନିଶମ କର୍ମ କର୍ତ୍ତା ମାନେ ସକ୍ରିୟ ସହଯୋଗ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles