ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୦୪/୧୧) : ଆଜି ରାୟଗଡା ଜିଲ୍ଲା ବିଷମ କଟକ ଗ୍ରାମର ସରକାରୀ ମେଡ଼ିକାଲ ରେ ଗଭର୍ଣ୍ଣିଙ୍ଗ ମିଟିଙ୍ଗ ଅନୁଷ୍ଠିତ ହୋଇ ଯାଇଛି | ମନ୍ତ୍ରୀ ପ୍ରଥମେ ଗ୍ରାମର ମେଡ଼ିକାଲ ପରିଦର୍ଶନ କରିଥିଲେ |
ବିଷମ କଟକ ଗ୍ରାମର ସରକାରୀ ମେଡ଼ିକାଲ ରେ ରୋଗୀ କଲ୍ୟାଣ ସମିତି ମିଟିଙ୍ଗ ରେ ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଜାତି ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଓ ବିଡ଼ିଓ ଆଲବଟ ଲାକ୍ରା, ମେଡ଼ିକାଲ ଭାର ପ୍ରାପ୍ତ ଅଧିକାରୀ ଅନୁଷ୍ପ୍ରଭା ଚୌଧୁରୀ, ଡାକ୍ତର ଭରତଚନ୍ଦ୍ର ଚୌଧୁରୀ, ବିଇଓ ଭଟକୃଷ୍ଣ ପଣ୍ଡା ବିଜୁ ଜନତା ଦଳ ବ୍ଲକ ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ ଓ ରୋଗି କଲ୍ୟାଣ ସମିତି ର ମେମ୍ବର ମିଡ଼ିଆ ଭାଈ ମାନେ ଉପସ୍ଥିତ ଥିଲେ |
ଏହି ସଭାରେ ରୋଗୀ ଙ୍କ କଣ ସୁବିଧା ଅସୁବିଧା ମେଡ଼ିକାଲ କିପରି ଉନ୍ନତି ହେବ ସେହି ଉପରେ ଆଲୋଚନା କରାଯାଇଥିଲା | ଅଭିଯୋଗ ଶିଶୁ ବିଶେଷଜ୍ଞ , ଔଷଧ ବିଶେଷଜ୍ଞ ପାଇଁ କୁହା ଯାଇଥିଲା ଶେଷରେ ପୋଗ୍ରାମ ମେନେଜର ପ୍ରଭାକର ଧଳ ଧନ୍ୟବାଦ ଦେଇ ସଭା ଟିକୁ ସମ୍ପୂର୍ଣ୍ଣ କରା ଯାଇଥିଲା |