Thursday, March 28, 2024

Top 5 This Week

Related Posts

ନୋଡାଲ ହାଇସ୍କୁଲର ନୂତନ ଏସଏମସି ପରିଚାଳନା କମିଟି ଚୟନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୩/୧୧) : ରାୟଗଡା ଜିଲ୍ଲା ମୁନିଗୁଡାର ନୋଡାଲ ହାଇସ୍କୁଲ ଶ୍ରେଣୀ ଗୃହ ପରିସରରେ ନୋଡାଲ ହାଇସ୍କୁଲର ନୂତନ ଏସଏମସି ପରିଚାଳନା କମିଟି ଚୟନ ପ୍ରକ୍ରିୟା ହୋଇଯାଇଛି l

ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମାଝୀ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ସର୍ବ ସମ୍ମତି କ୍ରମେ ନୋଡାଲ ହାଇସ୍କୁଲର ନୂତନ ସଭାପତି ଭାବେ ନନ୍ଦ କିଶୋର ପଟ୍ଟନାୟକ,ଉପ ସଭାପତି ଭାବେ ଦେବକୀ ବେହେରା,ସଦସ୍ୟ ଭାବେ ଭରତ ଭୋଇ,ଆନନ୍ଦ ଗଡ଼ରିଆ, ତରଣୀସେନ କରକରିଆ, ରାଜକିଶୋର ବେହେରା, ଶୁକ୍ରୁ ବେହେରା,ମହିଳା ସଦସ୍ୟ ଭାବେ ରୁନୁ ଶିକା,କେତକୀ ବେହେରା,ଗଙ୍ଗା ବେହେରା,ନମିତା ନାୟକ,ବାସନ୍ତି ବାତ୍ରା ପ୍ରମୁଖଙ୍କୁ ଚୟନ କରାଯାଇଛି l

ଏଥି ସହ ଶିକ୍ଷକ,ଅଙ୍ଗନବାଡି କର୍ମୀ, ଆଶା ଓ ଦୁଇ ଜଣ ଛାତ୍ରଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇଛି l ପରେ ପ୍ରଥମେ ଏସଏମସି କମିଟି ଗଠନର ମୂଳ ଉଦ୍ଦେଶ୍ୟ ଓ କମିଟିର ଗୁରୁ ଦାୟିତ୍ୱ ବିଷୟରେ ଶିକ୍ଷକ ସମୀର ସାହୁ ବୁଝାଇଥିଲେ l ଆଗାମୀ ଦିନରେ କିପରି ବିଦ୍ୟାଳୟ ର ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ସହ ବିଦ୍ୟାଳୟକୁ ନୂତନ ରୂପରେଖା କରାଯିବ ସେ ନେଇ ଆଲୋଚନା ହୋଇଥିଲା l

ଅନ୍ୟ ମାନଙ୍କ ମଧ୍ୟର ଶିକ୍ଷୟତ୍ରୀ ଏମ.ସାଇଲକ୍ଷ୍ମୀ,ସିନା ବେହେରା, ଗାୟତ୍ରୀ ଦାସ,ରଶ୍ମି ମହାପାତ୍ର,ସୁମନି ଜେନା,ନନ୍ଦିନୀ ଦାସ,ଅନିତା ସ୍ୱାଇଁ,ମଧୁସ୍ମିତା ପରମାଣିକ,ଶିକ୍ଷକ କୃଷ୍ଣ ପ୍ରସାଦ ଗୌଡ଼,ଅନିଲ ମଲ୍ଲିକ,କର୍ମଚାରୀ ମୁରଲୀ ସାହୁ ଓ ଚନ୍ଦନ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ l

Popular Articles