ମାଁ ଭୁବନେଶ୍ୱରୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସମାରୋହ

0
273

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୧୭/୦୭) : ଲୋଇସିଂହା କଲେଜ ଛକ ସ୍ଥିତ କସ୍ତୁରୀବାଇ ଆଶ୍ରମ ଠାରେ ମାଁ ଭୁବନେଶ୍ୱରୀ ଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି ।

କସ୍ତୁରୀବାଇ ଆଶ୍ରମ ର ବାବା ହନୁମାନ ଦାସ ଙ୍କ ପୌରହିତ୍ୟ ରେ ଆୟୋଜିତ ତ୍ରିଦିବସୀୟ ଏହି କାର୍ଯ୍ୟକ୍ରମ ରେ ବାବା ଗିରିବର ଦାସ ଙ୍କ ସମେତ ପଶ୍ଚିମ ଓଡିଶା ଶ୍ରୀ ସମ୍ପ୍ରଦାୟର ୧୮ ଜଣ ମହନ୍ତ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ କଳସ ଯାତ୍ରା, ମାଁ ଭୁବନେଶ୍ୱରୀ ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା ।

ରାଜ କିଶୋର ମିଶ୍ର, ସମାରୁ ପଧାନ, ଗୁହାଲୁ ସାହୁ ଓ ମାଧବ ମିଶ୍ର ସପତ୍ନୀକ ଯଜ୍ଞ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିରଞ୍ଚି ମନହୀରା, ଅଶ୍ବିନୀ ସାହୁ, ଶ୍ୟାମ ସୁନ୍ଦର ପାଣ୍ଡେ, ଉପେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।