ଅସହାୟ ଦମ୍ପତ୍ତି ଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ସହାୟତା

0
203

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୧୭/୦୭) : ଲୋଇସିଂହାବ୍ଲକ ଯୋଗୀସର୍ଡ। ପଂଚାୟତ ଛେଲବାହାଲ ଗ୍ରାମର ଅସହାୟ ଦମ୍ପତ୍ତି ଗୁରୁ ଶାଣ୍ଢ ଓ ସରସ୍ୱତୀ ଶାଣ୍ଢଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ଭେଟି ଆର୍ଥିକ ସହାୟତା ଦେବା ସହିତ ମାଗଣା ଚିକିତ୍ସାର ବନ୍ଦୋବସ୍ତ କରିଥିବା ଜଣାଯାଇଛି ।

କିଛି ମାସ ତଳେ ଏହି ଅସହାୟ ଦମ୍ପତ୍ତି ଏକ ଅଜଣା ରୋଗରେ ପୀଡିତ ହେବା ପରେ ସେମାନଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା । ଅର୍ଥାଭାବରୁ ଦୁହେଁ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ । ସ୍ଥାନୀୟ ସମିତି ସଭ୍ୟ ହେମାଳ ମେଶ୍ୱବା ଏ ନେଇ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ଯାଦବଙ୍କ ଦୃଷ୍ଟି ଗୋଚର କରିଥିଲେ । ଖବର ପାଇ ଶ୍ରୀ ଯାଦବ ଛେଲବାହାଲ ପହଞ୍ଚି ଉକ୍ତ ଦମ୍ପତିଙ୍କ ସହିତ ଆଲୋଚନା ପୁର୍ବକ ସେମାନଙ୍କୁ ଆର୍ଥିକ ସହାୟତା ଦେଇ ଅଧିକ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜରିଆରେ ଆର୍ଥିକ ସହାୟତା ଓ ମାଗଣା ଚିକିତ୍ସାର ଵ୍ୟଵସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ସମୟରେ ବ୍ଲକ ଯାଦବ ସମାଜ ସଭାପତି ନନ୍ଦକିଶୋର ଭୋଇ, ଜିଲ୍ଲା ସମ୍ପାଦକ କୁମର ପାଣ୍ଡେ, କୁଲୁ ଭୋଇ,ନିତ୍ୟାନନ୍ଦ ବେହେରା ପ୍ରମୁଖ ସାମିଲ ଥିଲେ ।