ମହିଳା ଓ ଶିଶୁ ସୁରକ୍ଷା ତଥା ମିଶନ ଶକ୍ତି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ତୀଵ୍ର ବିରୋଧ

0
330

ରିପୋର୍ଟ : ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, ତା(୧୭/୦୭) : ଗର୍ଭବତୀ ମହିଳା ଓ ଶିଶୁ ସୁରକ୍ଷା ଯୋଜନା ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି । ଉକ୍ତ ଟଙ୍କାର ସୁବିନିଯୋଗ ବଦଳରେ ଟଙ୍କା ବାଟମାରଣ ହୋଇଆସୁଥିବା ଅଭିଯୋଗ ହୋଇଆସୁଛି । ଏ ସବୁ ନେଇ ଟିଟିଲାଗଡ଼ ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଟିଟିଲାଗଡ଼ ପୌରପରିଷଦ ଏବଂ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ଅନେକ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀମାନଙ୍କ ଏକ ବୈଠକ ଜିଲ୍ଲା ସଭାପତି ବିନୋଦିନୀ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମହିଳା ଓ ଶିଶୁ ସୁରକ୍ଷା ବୈଠକରେ ବର୍ତ୍ତମାନ ପରିସ୍ଥିତିରେ ଦେଖା ଦେଇ ଥିବା ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ମାନେ ସରକାରଙ୍କ ପୂର୍ବ ପ୍ରଚଳିତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକର ଦରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତମାନ ସମୟରେ ଖାଇବା ତେଲ ଲିଟର ପିଛା ଦୁଇ ଶହ ଟଙ୍କା ଛୁଇଁ ଥିବା ବେଳେ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି ।

ଆଉ ଏବେ ଅଣ୍ଡା ଗୋଟିକର ଦାମ୍‌ ମଧ୍ୟ ସାତ ଟଙ୍କା ଉପରେ ରହିଛି । ହେଲେ ସରକାର ପୂର୍ବ ପ୍ରଚଳିତ ଦର ୭.୭୦ ପଇସା ପିଲା ପିଛା ଯୋଗାଇ ଦେଉଥିବା ବେଳେ କର୍ମୀ ମାନଙ୍କୁ ପିଲା ପିଛା ୧୨ ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି ଏବଂ ଅତି ସ୍ୱଳ୍ପ ବେତନ ପାଉଥିବାରୁ ଅତିରିକ୍ତ ବୋଝ ସେମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ଭଳି ସାଜିଛି । ପୁଣି ଅନେକ ସମୟରେ ହିତାଧିକାରୀ ମାନଙ୍କ ନାଲି ଆଖିର ଶିକାର ହେବାକୁ ପଡୁଥିବା କର୍ମୀମାନେ ଅଭିଯୋଗ କରିଛନ୍ତି । ସରକାର ଯେଉଁ ଲିଷ୍ଟ ଜାରି କରିଛନ୍ତି ବର୍ତମାନ ସେହି ଅନୁପାତରେ ଅର୍ଥ ଦେଉ ନ ଥିବାରୁ ଏବେ ଅତିରିକ୍ତ ଦରର ବୋଝ ବି ସେମାନଙ୍କୁ ଭରଣା କରିବାକୁ ପଡୁଥିବା ବିଷୟ ଅଭିଯୋଗ କରିଛନ୍ତି କର୍ମୀ ମାନେ ।

ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ବିକାଶ ନେଇ ଅନେକ ଯୋଜନା କରି ବଡ଼ ବଡ଼ ଵିଜ୍ଞାପନରେ ନିଜର ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଥିବା ସରକାର ଯିଏ ଯୋଜନା ଗୁଡିକ କାର୍ଯ୍ୟକାରୀ କରୁଛି ସେମାନଙ୍କ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛି ଅଙ୍ଗେନୱାଡି ସଂଘ । ଏପରି କି ଗର୍ଭବତୀ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଦେବା ନିୟମ ଥାଇ ଏହି ଟିଟିଲାଗଡ ସବ୍ଡିଭିଜିନ ଅଞ୍ଚଳରେ ପ୍ରଦାନ କରାଯାଉନାହିଁ । କିନ୍ତୁ ଉଚ୍ଚ ଅଧିକାରୀ କାଗଜ,କଲମ ରେ ପ୍ରଦାନ କରାଯାଉଥିବା ଦର୍ଶାଇବା କୁ ନିର୍ଦ୍ଦେଶ ଦେଇଅସୁଛନ୍ତି ।

ଦରଦାମ ବୃଦ୍ଧି ସମୟରେ କେମିତି କର୍ମୀ ମାନେ ସମସ୍ତ ସାମଗ୍ରୀ ଯୋଗାଇ ଦେଇ ପାରିବେ ସେ ନେଇ କୌଣସି ତର୍ଜମା ନ କରି କେବଳ ବାହାବା ନେବାରେ ଲାଗିଥିବା କର୍ମୀ ଅଭିଯୋଗ କରିଛନ୍ତି । ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ମହିଳା, ଶିଶୁ ବିକାଶ ତଥା ମିଶନ ଶକ୍ତି ମାଧ୍ୟମରେ ଉନ୍ନୟନ କାର୍ଯ୍ୟର ପ୍ରଚାର ପ୍ରସାର କରୁଥିବା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ସହର ବା ନିଜ ବ୍ଲକ ଅଂଚଳରେ ଏପରି ଅନେକ ସମସ୍ୟାରେ ଗତି କରୁଥିବା ବେଳେ ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ଉପରେ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ଅଙ୍ଗନୱାଡ଼ି କର୍ମୀ ଜିଲ୍ଲା ସଭାପତି ଉଦବେଗ ପ୍ରକାଶ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ସରକାର କାହିଁ କେତେ ବର୍ଷ ପୂର୍ବରୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପାଇଁ ପ୍ରତି ପିଲା ପିଛା ୭ ଟଙ୍କା ୭୦ ପଇସା ଦେଉଛନ୍ତି । ଏଥିରେ ଅଣ୍ଡା ଠୁ ନେଇ ତେଲ, ଲୁଣ, ପନିପରିବା ଆଦି ରହିଛି । ହେଲେ ଏବେ ଦରଦାମ ଆକାଶ ଛୁଆଁ । ଅଣ୍ଡା ଗୋଟିକର ଦାମ ୭ ଟଙ୍କା ଆଉ ସତୁରି ପଇସାରେ କେମିତି ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବେ । ତାହାକୁ ନେଇ ଚିନ୍ତାରେ ଏବେ ଅଙ୍ଗନୱାଡି କର୍ମୀ । ଏବେ ପ୍ରତି ପିଲା ପିଛା ୧୨ ଟଙ୍କାରୁ ଉର୍ଦ୍ଧ ଆବଶ୍ୟକ ହେଉଥିବା ବେଳେ ପୂର୍ବ ଦର ସାତ ଟଙ୍କା ସତୁରି ପଇସାରେ କେମିତି ଯୋଗାଇ ଦେବେ ସାମଗ୍ରୀ । ଏବେ ତେଲ ଦର ଦୁଇ ଶହ ଟଙ୍କା ଲିଟର ପିଛା, ଆଉ ପନିପରିବା ହାତ ମାରି ହେଉନି ।

ଏମିତି ସ୍ଥଳେ କେମିତି କେନ୍ଦ୍ର ଗୁଡିକ ଚଳାଇବେ ତାହାକୁ ନେଇ ଚିନ୍ତାରେ ଅଙ୍ଗନୱାଡି କର୍ମୀ । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀ ତଥା ନିଜ ବାସ ସ୍ଥାନ ଟିଟିଲାଗଡ଼ ସହର । ହେଲେ ଅଧିକରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଗୃହ ନାହିଁ ତ କିଏ ଭଡାରେ କେନ୍ଦ୍ର କରିଥିବା ବେଳେ କାହା ଅଗଣା ରେ ତଥା ଭଡା ଘରେ କେନ୍ଦ୍ର ଚାଲିଛି ।

ଏପରି କି ଟିଟିଲାଗଡ଼ ସହରରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ବ୍ୟବସ୍ଥା ନାହିଁ କି ସଭା ଗୃହଟିଏ ମଧ୍ୟ ନାହିଁ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଙ୍ଗନୱାଡ଼ି କର୍ମୀମାନେ । ଏନେଇ ଅନେକ ଥର ସରକାର ଏବଂ ସ୍ଥାନୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ଫଳରେ ନିଜ ସମସ୍ୟାର ଆଲୋଚନା କରିବା ପାଇଁ କେତେବେଳେ ଡାକ ବଙ୍ଗଳା ତ ଆଉ କେତେବେଳେ କେଉଁ ଗଛ ମୂଳରେ ବସି ଆଲୋଚନା କରୁଥିବା ସଂଘ ଅଭିଯୋଗ କରିଛି ।

ଏବେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ଉପରେ ଦରଦାମ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଯାହାକୁ ନେଇ କେନ୍ଦ୍ରରେ ଥିବା ପିଲାମାନଙ୍କ ତଥା ଗର୍ଭବତୀ ମହିଳା ମାନଙ୍କ ପାଇଁ ବ୍ୟବସ୍ଥା କରିବା ନେଇ ସମସ୍ୟା ଦେଖା ଦେଇଛି । ଅତି ସ୍ୱଳ୍ପ ବେତନରେ କାମ କରୁଥିବା ଅଙ୍ଗେନୱାଡି କର୍ମୀ ଉପରେ ବୋଝ ଉପରେ ନଳିତା ବିଡା ସାଜିଛି । ଏମିତି ସ୍ଥଳରେ ପୁଷ୍ଟିକର ଖାଦ୍ୟ ତଥା ଛୁଆ ମାନଙ୍କୁ ସରକାରଙ୍କ ପ୍ରସ୍ତୁତ ନିୟମ ଉପରେ କେମିତି ଯୋଗାଇବେ କର୍ମୀ ।

ଏନେଇ ସରକାର ୭ଟଙ୍କା ୭୦ ପଇସାକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି ନଚେତ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାହା ହେଉଛି ପଠାଇବାକୁ ଅନୁରୋଧ କରିଛନ୍ତି । ଟିଟିଲାଗଡ଼ ଅଙ୍ଗନୱାଡ଼ି ବ୍ଲକ ସଭାପତି ଆରାଧନା ମିଶ୍ର, ଲୋପାମୁଦ୍ରା ନାୟକ, ସମ୍ପାଦକ ଲେହେମନି ବାଗ, ସବିତା ସୁନାନୀ, ପୁଷ୍ପା ମିସ୍ତ୍ରୀ, ଲତା ସେଠ, ସଂଜୁ ରଣା, ମିନାକ୍ଷୀ ତରିଆ, ମେନକା ମେହେର, ମନୋରମା ଦଣ୍ଡସେନା, ପିଙ୍କି ସୁନା ସମେତ ସତାଧିକ କର୍ମୀ ସାମିଲ ଥିଲେ ।