Friday, March 29, 2024

Top 5 This Week

Related Posts

ରେଳ ଧାରଣାରୁ ସନ୍ଦେହ ଜନକ ଭାବେ ମୃତ ଦେହ ଉଦ୍ଧାର

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୬/୧୧) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଧାରଣାରୁ ଏକ ମୃତ ଦେହ ଉଦ୍ଧାର କରାଯାଇଥିବା ଜିଆରପି ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପବିତ୍ର ସାହୁ ନାମକ ଜଣେ ରାଜମିସ୍ତ୍ରୀ ଭାବେ କାମ କରିବାକୁ ବସ ଯୋଗେ ସେ କଣ୍ଟାବାଞ୍ଜିକୁ ଆସିଥିଲେ । ହେଲେ ଆଜି ତାଙ୍କର ମୃତ ଦେହ ମିଳିଛି |

ମୃତ ପବିତ୍ର ସାହୁଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ସହ କର୍ମୀ ଗତକାଲି ନିଜ ଘରୁ ବସ ଯୋଗେ କଣ୍ଟାବାଞ୍ଜି ଆସିଥିବା ପ୍ରକାଶ କରିଛନ୍ତି । ରେଳ ଧାରଣାରୁ ମିଳିଥିବା ଉକ୍ତ ଶବଟିକୁ ବ୍ୟବଚ୍ଛେଦ କରାଯିବା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁ କିପରି ହୋଇଛି ଓ କେଉଁ କାରଣରୁ ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି ତାହା ଜିଆରପି ପୋଲିସ ତରଫରୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ଜଣାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles