Friday, March 29, 2024

Top 5 This Week

Related Posts

ମଞ୍ଚ ଯାତ୍ରା କୁ ନେଇ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି, ପୁଲିସର ଲାଠି ଚାଲନା

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୬/୧୧) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗ୍ରାମରେ  ମଞ୍ଚ ଯାତ୍ରା ଆୟୋଜନକୁ ନେଇ ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମବାସୀ ଓ ପୋଲିସ ସହିତ ଧସ୍ତାଧସ୍ତି  ହୋଇଥିଲା ।740ff88a 9453 4190 9424 2813f3763891 ମଞ୍ଚ ଯାତ୍ରା କୁ ନେଇ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି, ପୁଲିସର ଲାଠି ଚାଲନା

ପରେ ଉତେଜନା  ବୃଦ୍ଧି ହେଉଥିବା ଜାଣି  ପୁଲିସ ପକ୍ଷରୁ ଲାଠି ଚାଲନା କରାଯାଇଛି ।  ମିଳିଥିବା ସୂଚନା ଅନୁସାରେ ଗତକାଲି ଖଣ୍ଡହତା ଗ୍ରାମରେ କାଳୀ ପୂଜାରେ ମଞ୍ଚ ଯାତ୍ରା ପରିବେଷଣକୁ ନେଇ ପୁଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । କୋଭିଡ କଟକଣା ସତ୍ୱେ ଯାତ୍ରା ଆୟୋଜନକୁ ବାରଣ ସତ୍ୱେ ହଜାର ହଜାର ଲୋକ ଏକାଠି ହେବା ଘଟଣା ସମ୍ପର୍କରେ ପୁରୁଣା କଟକ ପୁଲିସ ଖବର ପାଇ ଯାତ୍ରା ଆୟୋଜନକୁ ବନ୍ଦ ପାଇଁ ଲୋକଙ୍କୁ ବୁଝାଇଥିଲେ । ମାତ୍ର ଏଥିରେ ଲୋକେ ବୁଝିବାକୁ ନାରାଜ ଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜରିରଖିଥିବା ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles