Friday, March 29, 2024

Top 5 This Week

Related Posts

କାଶୀପୁର ଓ କଲ୍ୟାଣସିଂପୁର ଗସ୍ତ କଲେ ଜିଲ୍ଲାପାଳ

“କାଶୀପୁର ବ୍ଲକ ପରିଦର୍ଶନ କରିବାସହ ବିଭିନ୍ନ ବିଦ୍ୟାଳୟଗୁଡ଼ିକର ଆଧୁନିକି କରଣ କାର୍ଯ୍ୟ ଅନୁଧ୍ୟାନ”
ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,ତା.(୬/୧୧) : ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କାଶୀପୁର ଓ କଲ୍ୟାଣସିଂପୁର ଗସ୍ଥ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।a3061a7f fe9c 49b7 b382 a8ae4ef5c3ab କାଶୀପୁର ଓ କଲ୍ୟାଣସିଂପୁର ଗସ୍ତ କଲେ ଜିଲ୍ଲାପାଳ

କାଶୀପୁର ଓ କଲ୍ୟାଣସିଂପୁର ଗସ୍ତ କଲେ ଜିଲ୍ଲାପାଳ | କାଶୀପୁର ବ୍ଲକ କାର୍ଯ୍ୟାଳୟରେ ପରିଦର୍ଶନ କଲାପରେ ୫T ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟର ଅଧୁନିକ କରଣ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋୖର ଚନ୍ଦ୍ର ପଟନlୟକଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l5b9b5a62 1169 446a ae7b d57555779cc2 କାଶୀପୁର ଓ କଲ୍ୟାଣସିଂପୁର ଗସ୍ତ କଲେ ଜିଲ୍ଲାପାଳ

ଏହାପରେ କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସିକରପାଇ ଉଚ୍ଚ ବିଦ୍ୟାଳୟର ଓ ରାୟଗଡ ଅନ୍ତର୍ଗତ ଉଗ୍ରତାରା ଉଚ୍ଚବିଦ୍ୟାଳୟର ଅlଧୁନିକ କରଣ କାର୍ଯ୍ୟ , ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ବିଜ୍ଞାନଗାର, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥଲେ । ଜିଲ୍ଲାପାଳ ଉଭୟ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles