ନିଜକୁ ପୋଲିସ ପରିଚୟ ଦେଇ ଗାଡି କାଗଜପତ୍ର ଚେକିଂ କରି ସାତ ହଜାର ଟଙ୍କା ଠକିନେଲେ ଦୁର୍ବୃତ୍ତ

0
320

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୭/୦୭) : ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୁତରା ରୁ ରାଜା ଖରିଆର ରାସ୍ତା ଛକ ନିକଟରେ ରେ ଏକ ସ୍କର୍ପିଓ ଗାଡି ରେ ରାଜାଖରିଆର ପଟେ ଯାଉଥିବା ବେଳେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ୭ ହଜାର ଟଙ୍କା ଗାଡି କାଗଜ ପତ୍ର ନ ଥିବା କହି ଆଦାୟ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିଵାସୀ ରୋଷନ ଅଗ୍ରୱାଲ ତାଙ୍କ ପତ୍ନୀ ତଥା ଅନ୍ୟ ତିନି ଜଣ ପରିବାର ଲୋକଙ୍କ ସହ ରାଜାଖରିଆର ପଟେ ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଉଥିବା ବେଳେ ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦୁତରା ଛକ ରୁ ରାଜଖରିଆର ଯିବା ରାସ୍ତାରେ ଏକ ଧଳା ରଙ୍ଗ ର ବୁଲେରୋ ଯାହାର ନମ୍ବର ନ ଥିଲା,ଉକ୍ତ ଗାଡି ରାସ୍ତା କଡରେ ପୂର୍ବରୁ ରଖି ଠିଆହୋଇଥିବା ଡ୍ରାଇଭର ସହ ଚାରିଜଣ ଯୁବକ ହାତ ମାରି ଅଟକେଇ ଥିଲେ । ନିଜକୁ ପୋଲିସ ପରିଚୟ ଦେଇ ଗାଡି ର କାଗଜପତ୍ର ସହ ଡ୍ରାଇଭର ଙ୍କ ଲାଇସେନ୍ସ ଚେକ କରିବୁ କହି ମାଗିଥିଲେ ।

କିଛି କାଗଜ ପତ୍ର ରେ ତୃଟି ଅଛି ବୋଲି କହି ଥାନା କୁ ଗାଡି ନେଇ ଚାଲ ବୋଲି କହିବାରୁ ଅତ୍ୟନ୍ତ ଜରୁରୀ କାମରେ ଶ୍ରୀ ଅଗ୍ରୱାଲ ଯାଉଥିବା କହିଥିଲେ । ଶେଷରେ ୧୦ ହଜାର ଟଙ୍କା ଫାଇନ ଦେବାକୁ କହି ପରେ ସାତ ହଜାର ଟଙ୍କା ନେଇ ଏକ ଚିଠା ଦେଇ ଗାଡି ଛାଡିଥିଲେ । ହେଲେ ଉକ୍ତ ଚିଠା ଦେଖି ପରେ ସନ୍ଦେହ ହେବାରୁ ସେ ବୁଝି ତାହା ନକଲି ପୋଲିସ ଜାଣିବାକୁ ପାଇଥିଲେ । ଉକ୍ତ ସ୍ଥାନରେ ତଥା କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ, ସିନ୍ଧେକେଲା ଆଦି ଅଞ୍ଚଳରେ ଏଭଳି ନିଜକୁ ପୋଲିସ ପରିଚୟ ଦେଇ ଦାମୀ ଗାଡି ରେ ବୁଲି,ବୁଲି ଏପରି ଠକେଇ କରି ଆସୁଥିବା ବେଳେ ପୋଲିସ ପ୍ରଶାସନ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

ପ୍ରକାଶ ଯେ ଟିଟିଲାଗଡ ଅଞ୍ଚଳରେ ଏପରି ଠକେଇ କରୁଥିବା ଏକ ଗୋଷ୍ଠୀ ବିରୋଧ ରେ କେତେକ ମାମଲା ରୁଜ୍ଜୁ ହୋଇଥିବା ସତ୍ୱେ ପୋଲିସ ଆଜି ସୁଦ୍ଧା ଗିରଫ କରି ପାରି ନ ଥିବା ଅଭିଯୋଗ ହୋଇଛି । ଟିଟିଲାଗଡ ରୁ ଉକ୍ତ ଯୁବ ଗୋଷ୍ଟି ବର୍ତ୍ତମାନ ସିନ୍ଧେକେଲା ରେ ରହି ଉକ୍ତ ଅଞ୍ଚଳରେ ଖୋଲା, ଖୋଲି ଏପରି କାର୍ଯ୍ୟକଳାପ ଚଳାଉଥିବା ଓ ତାଙ୍କର ସମ୍ପୃକ୍ତି ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜେ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।