Thursday, March 28, 2024

Top 5 This Week

Related Posts

ଏଟିଏମ କାଉଣ୍ଟର ରୁ ୧୪୦୦ ଟଙ୍କା ପାଇ ଷ୍ଟେଟ ବ୍ୟାଙ୍କକୁ ହସ୍ତାନ୍ତର କଲେ

ମଣିଷପଣିଆର ଏକ ବିରଳ ଉଦାହରଣ ସୃଷ୍ଟି କଲେ ସୋନପୁରର ପ୍ରଫୁଲ୍ଲ ନାୟକ
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୬/୧୧) : ଅନେକ ସମୟରେ ବିଭିନ୍ନ ବ୍ୟାଙ୍କରେ ଏଟିଏମ କାଉଣ୍ଟର ମାନଙ୍କରେ ଗ୍ରାହକ ମାନେ ତରବରିଆ ଭାବେ ଏଟିଏମ କାର୍ଡ ୟୁଜ ପାଇଁ ହେଉ କିମ୍ବା ନେଟ ସ୍ଲୋ ପାଇଁ ହେଉ ମିସ କେଶ ଡେସ୍ପାଜ ହୋଇଥାଏ l ଏବଂ ଗ୍ରାହକ ମାନେ ଅପେକ୍ଷା ନ କରି ସେଠୁ ଫେରି ଯାଆନ୍ତି l ଆଉ ତାଙ୍କ ଟଙ୍କା ସବୁ ପରେ ଏଟିଏମ ରୁ ବାହାରି ଅଲଗା ଲୋକଙ୍କ ହାବୁଡ଼ରେ ପଡିଥାଏ l

ପରେ କିନ୍ତୁ ଆଗ ଗ୍ରାହକଙ୍କ ଏକାଉଣ୍ଟରୁ ଟଙ୍କା ଡେବିଟ ଦେଖାଏ l ଏଭଳି ପର ଲୋକର ଟଙ୍କା ପାଇ ଖୁବ କମ ଲୋକ ବ୍ୟାଙ୍କ ଅଧିକାରୀଙ୍କୁ ଆସି ହସ୍ତାନ୍ତର କରି ମଣିଷ ପଣିଆର ପରିଚୟ ଦେଇଥାନ୍ତି l ସୋନପୁର ଷ୍ଟେଟ ବ୍ୟାଙ୍କରେ ଏଟିଏମ କାଉଣ୍ଟର ରୁ ୧୪୦୦ ଟଙ୍କା ପାଇ ବ୍ୟାଙ୍କ ଚିଫ ମ୍ୟାନେଜର ଶରତ କୁମାର ଦେହୁରୀଙ୍କୁ ହସ୍ତାନ୍ତର କରି ଶାଖା ମ୍ୟାନେଜର ଓ କର୍ମଚାରୀଙ୍କ ଠାରୁ ଖୁବ ପ୍ରଶଂସିତ ହୋଇଛନ୍ତି ଓ ଜଣେ ଭଲ ମଣିଷର ପରିଚୟ ଦେଇଛନ୍ତି ସୋନପୁର ଘୋଡ଼ାଘାଟ ପଡ଼ାର ଯୁବକ ପ୍ରଫୁଲ୍ଲ ନାଏକ l

ଶ୍ରୀ ନାଏକ ଏଟିଏମ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆଉ ଜଣେ କୌଣସି ପୂର୍ବ ଗ୍ରାହକଙ୍କ ୧୪୦୦ ଟଙ୍କା ଏଟିଏମରୁ ବାହାରିଥିଲା l ଏବଂ ସେ ଆଜି ବ୍ୟାଙ୍କ ମ୍ୟାନେଜରଙ୍କୁ ସମ୍ମାନର ସହ ସେ ଟଙ୍କା ଫେରସ୍ତ କରିଥିଲେ l  ଶ୍ରୀ ନାଏକ ସୋନପୁର କଲେଜର ଜଣେ କର୍ମଚାରୀ ତଥା ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡାର ଉପ ସଭାପତି ଭାବେ ମଧ୍ୟ ଶୃଙ୍ଖଳା ର ସହ କାର୍ଯ୍ୟ ତୁଲାଇ ସେ ଆଜି ସବୁ ମହଲ ରେ ନାଁ ରଖିଛନ୍ତି l ଏବଂ ସେ ସହରର ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହି ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି l

ଶ୍ରୀ ନାଏକଙ୍କ ଏ ମହାନତା ବଦାନ୍ୟତା ପାଇଁ ବ୍ୟାଙ୍କ ଅଧିକାରୀ ,କର୍ମଚାରୀଙ୍କ ଠାରୁ ଅନେକ ପ୍ରଶଂସା ପାଇଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନର ସଭାପତି ଲକ୍ଷ୍ମୀ ମେହେରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଶ୍ରୀ ନାଏକଙ୍କୁ ସ୍ୱଚ୍ଛ ଭାରତର ଏହା ଏକ ବଡ ଗୌରବ ବୋଲି ପ୍ରଶଂସା କରିଛନ୍ତି l ବ୍ୟାଙ୍କରେ ଏକ ପଞ୍ଚନାମା କରାଯାଇ ସ୍ୱତନ୍ତ୍ର ଏକାଉଣ୍ଟରେ ଏ ଟଙ୍କାକୁ ରଖା ଯାଇଥିବା ଖବର ମିଳିଛି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles