Thursday, March 28, 2024

Top 5 This Week

Related Posts

ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ଟ୍ରାକ୍ଟର ଫେରାର

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୧୧) : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ କଟମସିଙ୍ଗ ଗ୍ରାମ ରାସ୍ତାରେ ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଶଗଡା ପଂଚାୟତ ଅନ୍ତର୍ଗତ ଡମପଡା ଗ୍ରାମର ସନ୍ତୋଷ ଦନାୟକ(୨୪) କଟମସିଙ୍ଗ ନିକଟରେ ଏକ କପା ବାରି ରେ କାମ କରି ଫେରୁଥିଲେ l ରାସ୍ତାରେ ଏକ ଅଜଣା ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି । ସେ ରାସ୍ତାରେ ଛିଟିକି ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ହେଲେ ଡାକ୍ତରଖାନା ରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଘିଆପଡା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଥିବା ଜଣା ଯାଉଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଫେରାର ହୋଇ ଯାଇଥିବା ଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles