କମିରା-ଖଣ୍ଡପଡା ଗ୍ରାମ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ ଦୁର୍ଘଟଣା, ଜଣେ ମୃତ

0
377

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୧୧) : ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା-ଖଣ୍ଡପଡା ରାସ୍ତା ମଝିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ ଅପରାହ୍ନ ୧୨ ଘଣ୍ଟା ସମୟରେ କମିରା ଗ୍ରାମର ମୁନା ନାଏକ (୩୩) ଖମାରିପଡା ଗ୍ରାମରୁ ବାଇନିଂ ତାର କିଣି ଫେରୁଥିବା ବେଳେ କମିରା-ଖଣ୍ଡପଡା ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଗୁରୁତର ହୋଇଥିଲେ l ଏହି ଅବସ୍ଥାରେ ସ୍ଥାନୀୟ ଲୋକମାନଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା l ଡାକ୍ତରଖାନା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କର ମୁହଁରେ ଆଘାତ ଲାଗିଥିଲା l ଜହ୍ନlପଙ୍କ ଫାଣ୍ଡି ପୋଲିସ ଓ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ବେଳେ ଜଣାପଡିଛି l ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି l