ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୭/୧୧) : ଗଜପତି ଜିଲ୍ଲା ବଂଶଧାରା ନଦୀର ବାଲି ବହୁ ଚର୍ଚିତ ଓ ଏହାର ମାନ ଭଲ ଥିବାରୁ ଏହାର ଚାହିଦା ମଧ୍ୟ ଭଲ | କାଶୀନଗର ତହସିଲ ର ଚାରି ଗୋଟି ବାଲି ଉତ୍ସ ନିଲାମ ହୋଇଛି | ଏଣୁ ସାରା ଓଡିଶା ଲୋକ ଙ୍କ ଆଖି ଏହି ବାଲିଘାଟ ଉପରେ |
ଚଳିତ ବର୍ଷ କାଶୀନଗର ତହସିଲ ର କାଶୀନଗର ବ୍ଲକରେ ରହିଥିବା ୬ ଟି ବାଲି ଉତ୍ସ ଥିବା ବେଳେ ୪ ଟି ନିଲାମ ହୋଇଛି | ସେଥି ମଧ୍ୟରୁ ବୁଦୁରା ବାଲିଘାଟକୁ ବ୍ରହ୍ମପୁର ର ଜାନକୀ ଦେବି ମିଶ୍ର କ୍ୟୁବିକ ମିଟରକୁ ୭୦୧ ଟଙ୍କା ନିଲାମ ଡାକି ପ୍ରଥମ ସ୍ଥାନରେ ରହିଛନ୍ତି | ଭୁବେନେଶ୍ୱରର ନାରାୟଣ ବିଶ୍ୱାଳ କିତିଙ୍ଗି ଘାଟକୁ ୫୫୭ ଟଙ୍କା ସେହିଭଳି ଭୁବେନେଶ୍ୱରର ମଦନ ମୋହନ ପ୍ରଧାନ ଖଣ୍ଡାବା ଘାଟକୁ ୧୫୬ ଟଙ୍କାରେ ନିଲାମ ଡାକିଛନ୍ତି |
ପୁରୁଟିଗୁଡା ବାଲି ଉତ୍ସ ପାଇଁ ଭୁବେନେଶ୍ୱର ର ୫୦୧ ଟଙ୍କାରେ ଡାକିଛନ୍ତି କିନ୍ତୁ ଇଦୁଡ଼ି ୧ ,୨ ଘାଟକୁ ନିଲାମରେ ସାମିଲ କରାଯାଇନାହିଁ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି | ଏହି ଚାରିଗୋଟି ଉତ୍ସ ନୀଲାମ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି |