ପରିତ୍ୟକ୍ତ କୂଅ ରୁ ଯୁବକଙ୍କ ମୃତଦେହ ଉଦ୍ଧାର : ସଙ୍ଘବଦ୍ଧ ଭାବେ ହତ୍ୟାକରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ

0
165

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୭/୧୧) : ପରିତ୍ୟକ୍ତ କୂଅ ରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମ ନିକଟସ୍ଥ କୂଅ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବୋରାପଦାର ପୀତବାସ ଦାସ । ସୂଚନାନୁଯାୟୀ , ଢେଙ୍କାନାଳ ଜିଲ୍ଲା ସଦର ଥାନା ବୋରାପଦା ଗ୍ରାମର ପୀତବାସ ଦାସଙ୍କୁ କିଛି ଦୁର୍ବୃତ୍ତ ଗତ ୩ ତାରିଖରେ ସଙ୍ଘବଦ୍ଧ ଭାବେ ହତ୍ୟା କରିଥିଲେ । ଏହାପରେ ତାଙ୍କର ମୃତଦେହ ଗାଏବ କରି ଦେଇଥିଲେ । ୩ ଦିନ ଧରି ପୀତବାସଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ । ଆଜି ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ରୁ ପୀତବାସଙ୍କ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମାନେ ଫେରାର୍‌ ଅଛନ୍ତି । ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।