ଜିଲ୍ଲା ଡ଼ୁମାଳ ପରିଷଦ ର ସାଧାରଣ ବୈଠକ ଅନୁଷ୍ଠିତ

0
228

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ,(୦୭/୧୧) : ମନମୁଣ୍ଡା ଭାଲିଆପଦର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଡ଼ୁମାଳ ପରିଷଦ ର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ଙ୍କ ସଭାପତିତ୍ତ୍ଵ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସମ୍ପାଦକ କାନ୍ହୁ ଚରଣ ମେସୁଆ ବିବରଣୀ ପଠନ କରିଥିଲେ l

ଏହି ସାଧାରଣ ବୈଠକ ରେ ପୂର୍ବ ରାଜ୍ୟ ସଭାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଡ଼ୁମାଳ ପରିଷଦ ର ଜିଲ୍ଲା ନୂତନ ସଭାପତି ଭାବେ ରମଣୀ ରଞ୍ଜନ ପ୍ରଧାନ ଙ୍କୁ ସର୍ବ ସଂମ୍ମତି କ୍ରମେ ମନୋନୀତ କରାଯାଇଥିଲା l ବିଭିନ୍ନ ଆଲୋଚନା ରେ ପୂର୍ବ ଜିଲ୍ଲା ସଭାପତି ବିଶିକେସନ ପ୍ରଧାନ, ବାମଣ୍ଡା କେନ୍ଦ୍ର ସଭାପତି ଗରୁଡ଼ ଧ୍ଵଜ ପ୍ରଧାନ, ରାଜ୍ୟ ପ୍ରତିନିଧି ସୁଦାମ ଖମାରୀ, କୃଷ୍ଣଚନ୍ଦ୍ର କମ୍ପ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ l ଏହି ବୈଠକ ଭାଲିଆପଦର କେନ୍ଦ୍ର କର୍ମକର୍ତ୍ତା ଆୟୋଜନ କରିଥିବାର ସୂଚନା ମିଳିଛି |