-5.7 C
Innichen
Saturday, January 22, 2022

ରଣାଙ୍କୁ ଲୋଡ଼ା ଆର୍ଥିକ ସହାୟତା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୭/୧୧) : ପଦ୍ମପୁର ବ୍ଲକ ଜୁମୁରୁଗୁଡା ଗ୍ରାମ ବାଢେଇ ସାହିରେ ଘର ପିତା ସ୍ବର୍ଗତ ଶ୍ରୀପତି ସାହୁଙ୍କ ଏକ ମାତ୍ର ପୁତ୍ର ବିଦ୍ୟାଧର ସାହୁ(ରଣା) ସମସ୍ତଙ୍କ ର ଭାରି ନିଜର | ଗାଁରେ ଗଣେଶ ପୂଜା ହେଉ କିମ୍ବା ଦଶହରା ମେଢ଼ ଅବା ବିବାହ ଭୋଜି ସବୁଠି ଡକାପଡେ ଭଲ ମନ୍ଦ ରେ ଠିଆ ହେଇ ସମସ୍ତ ଙ୍କ ବେଶ ପ୍ରିୟ ରଣା l ବର୍ତ୍ତମାନ ରଣାଙ୍କୁ ଲୋଡ଼ା ଆର୍ଥିକ ସହାୟତା |

ପରିବାର କହିଲେ ବୃଦ୍ଧା ମା ଏବଂ ସ୍ତ୍ରୀ ପିତାଙ୍କ ସ୍ୱର୍ଗ ବାସୀ ପରେ ଘରର ଏକ ମାତ୍ର ରୋଜଗାରିଆ ପୁଅ ରଣା ପେଶାରେ ଇଲେକ୍ଟ୍ରିସିଆନ ହେଲପର ମଜୁରିଆ ଭାବେ କାମ କରନ୍ତି | ସେଥିରେ ଯାହା ମିଳେ ତାଙ୍କ ପରିବାର ପରିପୋଷଣ କରନ୍ତି l ଗତ ଦୁଇ ବର୍ଷ କରୋନା ତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ଏବେ ଲଣ୍ଡା ମୁଣ୍ଡରେ ଠେଙ୍ଗା ସଦୃଶ ଦୀପାବଳୀ ଦିନ ସେ ପାଖ ଗାଁ କୁ କୌଣସି କାମରେ ଗଲାବେଳେ ଦୁର୍ଭାଗ୍ୟ ବଶତଃ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ | ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ପରିସ୍ଥିତି ସଂକଟାପୂର୍ଣ୍ଣ ଥିବାରୁ ତୁରନ୍ତ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ମଧ୍ୟ ଆବଶ୍ୟକୀୟ ସରଞ୍ଜାମ ନ ଥିବାରୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଥିଲା ଦୁର୍ଘଟଣା କାରଣରୁ ତାଙ୍କ ପାଟି ହାଡ ବା ଉପର ପାଟିର ହନୁ ହାଡ଼ ଭାଙ୍ଗିଛି ଏବଂ ନାକପୁଡ଼ା ହାଡ ଭାଙ୍ଗିଯାଇଥିବା ଜଣାପଡିଛି | ବର୍ତ୍ତମାନ ଏହାର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ମୁଖ୍ୟ ବାଧକ l ରଣାଙ୍କୁ ଲୋଡ଼ା ଆର୍ଥିକ ସହାୟତା |

ବର୍ତ୍ତମାନ ବୃଦ୍ଧା ମା ଏବଂ ସ୍ତ୍ରୀ ଙ୍କ ଚିନ୍ତାର କାରଣ ପାଲଟିଛି ପୁଅ ଏବଂ ସ୍ୱାମୀ କିପରି ଶୀଘ୍ର ସୁସ୍ଥ ହେଇ ଘରକୁ ଫେରିବ ଏବଂ ପୁଣି ଥରେ କିପରି ଚାଲିବ ତାଙ୍କ ତେଲ ଲୁଣ ର ସଂସାର କିନ୍ତୁ ଖଟିଖିଆ ଲୋକ ହେଇଥିବାରୁ ହାତ କୁ ପାଟି କୁ ସମାନ ହେଇଯିବାରୁ ଉତ୍ତମ ଚିକିତ୍ସା ପାଇଁ ଆଗକୁ ସାହସ ଜୁଟାଇ ପାରୁନାହାନ୍ତି ପରିବାର ଲୋକେ l ପଦ୍ମପୁର ର କିଛି ଉଦୀୟମାନ ଯୁବକ ଙ୍କ ହସ୍ତକ୍ଷେପ ପରେ ପଦ୍ମପୁର ମାର୍କେଟ ର କିଛି ବଦାନ୍ୟ ବ୍ୟକ୍ତି ଙ୍କ ଆର୍ଥିକ ସାହାଯ୍ୟ ମିଳିଛି କିନ୍ତୁ ଉତ୍ତମ ଚିକିତ୍ସା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୁ ମଧ୍ୟ କିଛି ସହାୟତା ମିଳିପାରେ ବୋଲି ଆଶଙ୍କା କରାଯାଉଛି କିନ୍ତୁ ଆଉ କିଛି ଅଧିକ ଅର୍ଥ ସହାୟତା ମିଳିଲେ ଉନ୍ନତ ମାନର ଚିକିତ୍ସା ପଦ୍ଧତି ରେ ସେ ଶୀଘ୍ର ସୁସ୍ଥ ହେଇ ଘରକୁ ଫେରିବ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି l

ଯଦି କିଛି ସହୃଦୟ ବ୍ୟକ୍ତି ରଣା ଭାଇ ଙ୍କୁ ଆର୍ଥିକ କିମ୍ବା ଅନ୍ୟାନ୍ୟ ସହଯୋଗ ର ହାତ ବଢେଇବା ପାଇଁ ଇଚ୍ଛୁକ ଅଛନ୍ତି ତେବେ ଯୋଗାଯୋଗ କରନ୍ତୁ l ତାଙ୍କ ନିକଟ ସମ୍ପର୍କୀୟ ଙ୍କ ଫୋନ ନମ୍ବର ଏବଂ ଆକାଉଣ୍ଟ ତଥ୍ୟ ନିମ୍ନରେ ଦିଆଗଲା l
Name- Jagannath sahu
Account no-31839900441
Ifsc-SBIN0010931, Padmapur
Phone pay /Google pay no – 9778020806(Jagannath sahu)
Contact no:+917008848208,+917008296967.

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles